Home ଜିଲ୍ଲା ପରିକ୍ରମା ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ

ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ

29

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷକୁ ସର୍ବନିମ୍ନ ୨ ଶହ ଦିନର କାମ ଯୋଗାଇଦେବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ରୀୟ ବ୍ୟୟବରାଦ ବୃଦ୍ଧି କରିବା, ଏମ୍‌ଜିଏନଆରଜିଏସ୍‌ରେ ଦୈନିକ ସର୍ବନିମ୍ନ ମଜୁରୀ ୬ ଶହ ଟଙ୍କାକୁ ବୃଦ୍ଧ କରିବା, ଜାତି ଭିତ୍ତିରେ ଏମ୍‌ଜିଏନଆରଜିଇଏସ୍ କାର୍ଯ୍ୟ ନିର୍ଘଣ୍ଟ ନିଷ୍ପତ୍ତି ବାତିଲ କରିବା, ଏମ୍‌ଜିଏନ୍‌ଆରଇଜିଏସ୍ କାର୍ଯ୍ୟରେ ଦୈନିକ ୨ ଥର ଉପସ୍ଥାନ ନିଷ୍ପତ୍ତି ବାତିଲ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଆଦି ଦାବି ନେଇ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଭଦ୍ରକ ଜିଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ଆନ୍ଦୋଳନରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ରାଜ୍ୟ ଉପସଭାପତି ନିର୍ମଳ ନାୟକ, ଜିଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡ଼ିଶା କୃଷକ ସଭା ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, କୃଷକ ନେତା ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, ଛାତ୍ରନେତା ଷ୍ଟାଲିନ୍ ଟିଟନ ଲେଙ୍କା, ଯୁବନେତା ପ୍ରତାପ ସେଠୀ, କ୍ଷେତମୂଲିଆ ନେତା ଘନଶ୍ୟାମ ଦାସ, ପିତାମ୍ବର ମଳିକ, ବାଦଲ ଦାସ, ଗଂଗାଧର ମହାଳିକ, ଅଶୋକ ବେହେରା, କୀର୍ତ୍ତନ ବିଶ୍ୱାଳ, ବିଷ୍ଣୁ ଦାଶ, ମଳୟ ଭୋଇ, ଅଭିରାମ ବଳ, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.