Home ଜିଲ୍ଲା ପରିକ୍ରମା ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଭଦ୍ରକ ସମ୍ମିଳନୀର ପ୍ରସ୍ତୁତି ବୈଠକ

ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଭଦ୍ରକ ସମ୍ମିଳନୀର ପ୍ରସ୍ତୁତି ବୈଠକ

39

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରାଧୀନତାର ଭାରତ ବର୍ଷକୁ ସ୍ୱାଧୀନତାର ସ୍ୱାଦ ଚଖାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା କ୍ଷେତ୍ରୀୟ ଓ ଖଣ୍ଡାୟତମାନେ ଆଜି ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଏହି ଆମ ଦେଶରେ ବିବିଧ ଭାବେ ସମସ୍ତ ସରକାରୀ ଓ ବେସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇଆସୁଛନ୍ତି । ଏଭଳି ଏକ ମହାନ୍ ଯୋଦ୍ଧା ଜାତିର ପୂର୍ବସୁରୀମାନଙ୍କ ତ୍ୟାଗ ଓ ବଳିଦାନ ଆଜି ମଧ୍ୟ ହିମାଳୟ ଠାରୁ କନ୍ୟାକୁମାରୀ ଯାଏ ନିନାଦିତ ହୋଇଆସୁଥିବାବେଳେ ସେମାନଙ୍କ ବର୍ତ୍ତମାନର ବଂଶଧର ମାନେ ଯେଭଳି ରାଜନୈତିକ ଓ ପ୍ରଶାସନିକ ପଶାପାଲିର ଚକ୍ରବ୍ୟୁହରେ ନିର୍ଯ୍ୟାତିତ ହୋଇଆସୁଛନ୍ତି, ସେଥିରୁ ମୁକ୍ତି ପାଇବାକୁ ହେଲେ ଏହି ଜାତିର ସମସ୍ତ ଦାୟଦ ମାନେ ଏକଜୁଟ ହେବା ଆବଶ୍ୟକ ବୋଲି ଆଜି ଭଦ୍ରକ ସହରର ସାଳନ୍ଦୀ ଜଳସେଚନ ଡାକବଙ୍ଗଳାରେ ଆୟୋଜିତ ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଭଦ୍ରକ ସମ୍ମିଳନୀର ପ୍ରସ୍ତୁତି ବୈଠକରେ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ଭଦ୍ରକ ଜିଲା କମିଟିର ମୁଖ୍ୟ ଆବାହକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଆରମ୍ଭରେ କ୍ଷତ୍ରିୟ ଖଣ୍ଡାୟତଙ୍କ ଆୟୁଧ ଖଡ୍‌ଗକୁ ପୂଜା କରାଯିବା ପରେ ଭଦ୍ରକ ସଂଗଠକ ପ୍ରଭାତ ଜେନା ଗୀତାପାଠ କରିଥିଲେ ।

ଏହାପରେ ରାଜ୍ୟ ସଭାପତି ଅଶୋକ ଚନ୍ଦ୍ର ଲେଙ୍କା, ରାଜ୍ୟ ମୁଖ୍ୟ ସଂଗଠକ ଗଣେଶ କୁମାର ନାୟକ, ମୁଖ୍ୟ ଉପଦେଷ୍ଟା ବୀରେନ୍ଦ୍ର କୁମାର ରାୟ, ସଦସ୍ୟ ତପନ କୁମାର ବେହୁରା ଓ ଶଶିକାନ୍ତ ନାୟକ, ଭଦ୍ରକ କମିଟିର ଉପଦେଷ୍ଟା ବସନ୍ତ କୁମାର ନାୟକ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ସଂଗଠକ ବାବୁଲା ରାଉତ, ପ୍ରିୟବ୍ରତ ନାୟକ, ଡ. ହରିହର ନାୟକ, ହରେକୃଷ୍ଣ ଜେନା, ଶଶଧର ସାମଲ, ପ୍ରସନ୍ନ କୁମାର ପ୍ରଧାନ, ସମୀର କୁମାର ଜେନା, ନିର୍ମଳ କୁମାର ରାଉତ, ହିମାଂଶୁ ଶେଖର ନାୟକ, ସୁଧାକର ଜେନା, ଜଗବନ୍ଧୁ ବେହେରା, ଶୁଭବ୍ରତ ରାୟ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ କ୍ଷତ୍ରିୟ ଖଣ୍ଡାୟତ ଥାଇ ସଂଗଠିତ ହୋଇନପାରିବାରୁ ସାଲିସ ବିହୀନ ଏ ଲଢୁଆ ଜାତି ଅନ୍ୟମାନଙ୍କ ଦୟାର ପାତ୍ର ହେଉଛି ବୋଲି କହିଥିଲେ । ଏବଂ ଆଗାମୀ ଦିନରେ ପ୍ରତି ବ୍ଲକ୍ ଓ ପଞ୍ଚାୟତରେ କ୍ଷତ୍ରିୟ ଖଣ୍ଡାୟତମାନଙ୍କୁ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଭଦ୍ରକ ଜିଲାର ବିଭିନ୍ନ ବ୍ଲକ୍‌ରୁ କ୍ଷତ୍ରିୟ ଖଣ୍ଡାୟତର ଛାମୁଆ ସଂଗଠକମାନେ ଯୋଗଦେଇ ଜିଲା ସମ୍ମିଳନୀ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ସଂଗଠକ ବାବୁଲା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.