Home ଓଡ଼ିଶା ଓଡ଼ିଶା ଉଠା ଜଳସେଚନ ନିଗମର ଅବସରପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ ଦାବିରେ ମାର୍ଚ୍ଚ ୩...

ଓଡ଼ିଶା ଉଠା ଜଳସେଚନ ନିଗମର ଅବସରପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ ଦାବିରେ ମାର୍ଚ୍ଚ ୩ ତାରିଖରୁ ଭବିଷ୍ୟନିଧି ଭବନ ସମ୍ମୁଖରେ ଗଣଧାରଣା

27

ଭୁବନେଶ୍ୱର, ୧୮/୦୧ (ଓଡ଼ିଆ ପୁଅ) : ଓଡ଼ିଶା ଉଠା ଜଳସେଚନ ନିଗମରେ କାର୍ଯ୍ୟ କରି ଅବସର ନେଇଥିବା ପ୍ରାୟ ୪ ହଜାର କର୍ମଚାରୀ ଦୀର୍ଘ ବର୍ଷଧରି ପେନସନ୍ ପାଇନଥିବା ଓ ପେନସନ୍ ପାଇଥିବା କର୍ମଚାରୀ ମାନଙ୍କୁ ସେମାନଙ୍କ ବଳକା ଅର୍ଥ ଫେରସ୍ତ ଦିଆଯାଉନଥିବା ଅଭିଯୋଗରେ ଚଳିତ ମାସ ୨୦ ତାରିଖ ଠାରୁ ଭବିଷ୍ୟନିଧି ଭବନ ସମ୍ମୁଖରେ ପ୍ରସ୍ତାବିତ ଗଣଧାରଣା ଆନ୍ଦୋଳନକୁ ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଫେଡ଼େରେସନ୍ ତରଫରୁ କୁହାଯାଇଛି। ଭବିଷ୍ୟନିଧି କମିଶନର ଗତ ୧୪ ତାରିଖ ଦିନ ଫେଡ଼େରେସନ୍ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ ଙ୍କୁ ଏକ ଚିଠିରେ ଉଠାଜଳ ସେଚନ ନିଗମରୁ ଅବସର ନେଇଥିବା କର୍ମଚାରୀମାନଙ୍କ ପେନସନ୍ ବାବଦୀୟ ସମସ୍ତ ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାରୁ ଫେଡ଼େରେସନର ରାଜ୍ୟ କାର୍ଯ୍ୟକାରୀ କମିଟି ଏହି ନିଷ୍ପତି ଗ୍ରହଣ କରିଛି। ସମସ୍ତ କର୍ମଚାରୀଙ୍କ ଜମା ଟ୍‌କା ପରିମାଣର ଚିଠା (ଏକାଉଂଟ ସ୍ଲିପ) ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ ପାଇର୍ ଓ ମସମସ୍ତ ପେନସନ୍ ଆବେଦନକାରୀ ସମେତ ମୃତ କର୍ମଚାରୀଙ୍କ ବିଧବା ପତ୍ନୀମାନଙ୍କୁ ପେନସନ୍ ପ୍ରଦାନ ଏବଂ ବଳକା ଅର୍ଥ ଫେରସ୍ତ ପାଇଁ ଲିଖିତ ପ୍ରତିଶ୍ରୁତିକୁ ଆଧାର କରି ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଯଦି ଇ.ପି.ଏଫ୍ ସଂସ୍ଥା ନିଜ ପ୍ରତିଶ୍ରୁତି ରକ୍ଷାନକରନ୍ତି ତେବେ ଆସନ୍ତା ମାର୍ଚ୍ଚ ୩ ତାରିଖ ଠାରୁ ଭୁବନେଶ୍ୱରସ୍ଥିତ ଭବିଷ୍ୟନିଧି ଭବନ ସମ୍ମୁଖରେ ଲଗାତାର ଆନ୍ଦୋଳନ ହେବ ବୋଲି ଫେଡ଼େରସନ ତରଫରୁ ଚେତାବନୀ ଦିଆଯାଇଛି। ଉଠାଜଳସେଚନ ନିଗମ କତ୍ରୁପକ୍ଷ ଆବଶ୍ୟକୀୟ ତଥ୍ୟ ପ୍ରଦାନ ପାଇଁ ଫେଡ଼େରସନ ତରଫରୁ ମଧ୍ୟ ଦାବି କରାଯାଇଅଛି।

ମାସିକ ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କା, ବେତନ ହାରରେ ବର୍ଦ୍ଧିତ ପେନସନ ସହ ମହଙ୍ଗା ଭତା ଓ ଇପିଏଫ ପେନସନରସ୍ ମାନଙ୍କୁ ସରକାରୀ ସ୍ୱାସ୍ଥ୍ୟବୀମା ପ୍ରଦାନ ପାଇଁ ଏହି ସମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଉଠା ଜଳସେଚନ ନିଗମ କର୍ମଚାରୀ ଫେଡ଼େରେସନର ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ, ସାଧାରଣ ସଂପାଦକ – ଗୌରାଙ୍ଗ ପାଣିଗ୍ରାହି, ସହ- ସଂପାଦକ – ନିରଞ୍ଜନ ପରିଡ଼ା ଙ୍କ ସମେତ ଅଲ ଓଡ଼ିଶା ଇପିଏଫ ପେନସନ୍‌ରର୍ସ ଆସୋସିଏସନର ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା, ଇଂ ବିଜୟ କୁମାର ଜେନା ଓ ଫେଡ଼େରସନ ତରଫରୁ ମାୟାଧାର ନାୟକ, ବିଷ୍ଣୁଚରଣ ମହାନ୍ତି, ଶ୍ୟାମ ସୁନ୍ଦର ଜେନା, ବସନ୍ତ ଦାସ, ମଧୁସୁଦନ ଜେନା ଓ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.