Home ଜିଲ୍ଲା ପରିକ୍ରମା ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍‌ରେ ଭଦ୍ରକର ଚିରଞ୍ଜିବି ସ୍ଥାନ ପାଇଲେ

ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍‌ରେ ଭଦ୍ରକର ଚିରଞ୍ଜିବି ସ୍ଥାନ ପାଇଲେ

29

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଲାଙ୍ଗୀର ହେବାକୁ ଥିବା ରାଜ୍ୟ ସ୍ତରୀୟ କୁଚ ବିହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଅଣ୍ଡର ୧୯ ଓଡ଼ିଶା କ୍ରିକେଟ ଦଳରେ ଭଦ୍ରକର ଯୁବ କ୍ରିକେଟିୟର ଚିରଞ୍ଜିବି ବେହେରା ସ୍ଥାନ ପାଇଛନ୍ତି। ଚିରଞ୍ଜିବି ଭଦ୍ରକ ଚରମ୍ପା ବିଜୟଭାନୁ କ୍ରିକେଟ ଏକାଡେମୀ ପକ୍ଷରୁ ଖେଳ ଜାରି ରଖିଛନ୍ତି। ସେ ଚରମ୍ପାର ହରିହର ବେହେରାଙ୍କ ପୁତ୍ର ଏବଂ ସେ ହ୍ୟାପୀ ହୋମ ସ୍କୁଲର ଯୁକ୍ତ ୨ର ଛାତ୍ର। ତାଙ୍କର ଏହି ଚୟନକୁ ନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ସମ୍ପାଦକ ଧିରେନ ପଲାଇ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.