Home Top News ଓଡ଼ିଶାର ୧୯ଜଣ ଓଏଏସ ଅଫିସରଙ୍କୁ ମିଳିଲା ଆଇଏଏସ ପଦୋନ୍ନତି

ଓଡ଼ିଶାର ୧୯ଜଣ ଓଏଏସ ଅଫିସରଙ୍କୁ ମିଳିଲା ଆଇଏଏସ ପଦୋନ୍ନତି

62

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ୧୯ ସିନିୟର ଓଏଏସ ଅଫିସରଙ୍କୁ ମିଳିଛି ଆଇଏଏସ୍ ପାହ୍ୟାକୁ ପଦୋନ୍ନତି। ଭାରତୀୟ ପ୍ରଶାସନିକ ସେବା ରୂଲ ୧୯୫୪ ଅନୁସାରେ ଏହି ପଦୋନ୍ନତି ଦିଆଯାଇଛି। ଏମାନଙ୍କ ପଦୋନ୍ନତିକୁ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଜ୍ୟ ପ୍ରଶାସନିକ ସେବା ପାଇଁ ଖାଲି ରହିଥିବା ଆଇଏଏସ ପଦବୀରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନିଯୁକ୍ତି ମିଳିବ।

ଯେଉଁ ଓଏଏସମାନଙ୍କର ଆଇଏଏସକୁ ପଦୋନ୍ନତି ହୋଇଛି ସେମାନେ ହେଲେ ଗଣେଶ ଚନ୍ଦ୍ର ପାତ୍ର, ଶଶଧର ନାୟକ, ବିକାଶ ଚନ୍ଦ୍ର ମହାପାତ୍ର, ବ୍ରତତୀ ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ମେରୀ ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା, ଯୁଧିଷ୍ଠିର ନାୟକ, ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରାମାଶିଷ ହାଜରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତି ପ୍ରକାଶ ଦାସ, ସିତାନସୁ କୁମାର ରାଉତ ଓ କୃଷ୍ଣ ପ୍ରସାଦ ପଟେଲ।

ଏ ନେଇ ଭାରତ ସରକାରଙ୍କର DoPT ବିଭାଗ ତରଫରୁ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି ବିଜ୍ଞପ୍ତିରେ, ଭାରତୀୟ ପ୍ରଶାସନିକ ସେବା (ନିଯୁକ୍ତି) ନିୟମର ନିୟମ ୮ (୧) ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗରେ, ୧୯୫୪ ଭାରତୀୟ ପ୍ରଶାସନିକ ସେବାର ନିୟମାବଳୀ ୯ (୧) (ପଦୋନ୍ନତି ଦ୍ୱାରା ନିଯୁକ୍ତି) ନିୟମାବଳୀ, ୧୯୫୫ ଏବଂ ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ୍) ନିୟମ, ୧୯୫୪ ର ନିୟମ ୩ ଅନୁଯାୟୀ ରାଷ୍ଟ୍ରପତି ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ଖାଲି ପଦବୀ ପାଇଁ ଭାରତୀୟ ପ୍ରଶାସନିକ ସେବାରେ ଉପରୋକ୍ତ ଓଏଏସ୍ ସଦସ୍ୟମାନଙ୍କୁ ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି କରାଯାଇଛି। ୨୦୧୯ ର ଚୟନ ତାଲିକା ପାଇଁ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ଉକ୍ତ ନିୟମାବଳୀର ରେଗୁଲେସନ୍ ୫ (୧) ଅନୁଯାୟୀ ଭାରତ ପରବର୍ତ୍ତୀ ପ୍ରଶାସନିକ ସେବାର ନିୟମ ୫ (୧) ଅନୁଯାୟୀ ଓଡିଶା କ୍ୟାଡରକୁ ବଣ୍ଟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.