Home ଜିଲ୍ଲା ପରିକ୍ରମା ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମ୍ୟୁନିଷ୍ଟନେତା ବସୁଦେବ ଭୋଇଙ୍କ ବିୟୋଗରେ ସିପିଆଇର ଶୋକ

ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମ୍ୟୁନିଷ୍ଟନେତା ବସୁଦେବ ଭୋଇଙ୍କ ବିୟୋଗରେ ସିପିଆଇର ଶୋକ

61

ଭୁବନେଶ୍ୱର, ୨୨/୯ – (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମ୍ୟୁନିଷ୍ଟ ନେତା କମ୍ରେଡ଼ ବସୁଦେବ ଭୋଇଙ୍କ ବିୟୋଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ କରିଛି।

ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଓ ପ୍ରଶାନ୍ତ ମିଶ୍ର, ସମ୍ପାଦକମଣ୍ଡଳୀ ସଭ୍ୟ ଅଶୋକ ଦାଶ ଏକ ଶୋକବାର୍ତ୍ତାରେ କହିଛନ୍ତି– କଃ ବସୁଦେବ ଭୋଇ ଅଖିଳ ଭାରତ ଆଦିବାସୀ ମହାସଭାର ରାଜ୍ୟ ସମ୍ପାଦକ ଥିଲେ। ଗତକାଲି ଝାରସୁଗୁଡ଼ା ଜିଲ୍ଲା କୁଶରାଲୋଇ ଗ୍ରାମପଞ୍ଚାୟତରେ ଥିବା ନିଜ ଗ୍ରାମ ଛଡ଼ା ରୋମାଠାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

କଃ ବସୁଦେବ ଭୋଇ ଅବିବାହିତ ଥିଲେ। ଓଡ଼ିଶାର ବିଶିଷ୍ଟ ଜନନେତା ତଥା ଭାରତର ପ୍ରଥମ ବିସ୍ଥାପିତ ଆନ୍ଦୋଳନ ହୀରାକୁଦ ବୁଡ଼ି ଅଞ୍ଚଳର ବିସ୍ଥାପିତ ଆନ୍ଦୋଳନର ନେତା କଃ ପ୍ରସନ୍ନ କୁମାର ପଣ୍ଡାଙ୍କ ପ୍ରେରଣାରେ ବସୁଦେବ ଭୋଇ ୧୯୭୬ ମସିହାରେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟପଦ ଗ୍ରହଣ ସହିତ ସେଇଦିନଠାରୁ ଅଢ଼ାପଡ଼ାରେ ଥିବା ପ୍ରସନ୍ନ କୁମାର ପଣ୍ଡାଙ୍କ ବାସଗୃହରେ ମୃତ୍ୟୁର କିଛିଦିନ ପର୍ଯ୍ୟନ୍ତ ରହୁଥିଲେ। ସେ ୧୯୮୦ ଓ ୯୦ ଦଶକରେ ଅଢ଼ାପଡ଼ାର ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ରହିବା ସହିତ ସିପିଆଇର ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ମଧ୍ୟ ରହିଥିଲେ। ଅଢ଼ାପଡ଼ାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ତାଙ୍କ ବିୟୋଗରେ ଓଡ଼ିଶା ଜଣେ ନିଷ୍ଠାପର ଓ ଲଢ଼ୁଆ ଆଦିବାସୀ ନେତା ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତା’ର ଜଣେ ସୁଦକ୍ଷ ସେନାପତିଙ୍କୁ ହରାଇଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.