Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟକୋଷ୍ଟ ରେଲୱେ ଓ ସାଳନ୍ଦୀ...

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟକୋଷ୍ଟ ରେଲୱେ ଓ ସାଳନ୍ଦୀ କ୍ଳବ ବିଜୟୀ

26

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଭଦ୍ରକ କଲେଜ ପଡ଼ିଆରେ ଜଗନ୍ନାଥପୁର କ୍ରିକେଟ କ୍ଳବ ଜେସିସି ଓ ଇଷ୍ଟକୋଷ୍ଟେ ରେଲୱେ ସ୍ପୋର୍ଟ୍‌ସ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଇଷ୍ଟକୋଷ୍ଟ ରେଲୱେ ଟସ୍ ଜିତି ବ୍ୟାଟିଂ କରି ୩୬.୩ ଓଭରରେ ୧୮୬ ରନ କରି ଅଲ୍ ଆଉଟ ହୋଇଥିଲେ । ଜ୍ୟୋତି ରଂଜନ ମହାରଣା ୫୪, ନୀହାର ଭୁୟାଁ ୪୩, ଓମ୍‌ଶ୍ରୀ ଯାଦବ୨୪ ରନ କରିଥିଲେ । ଜେସିସି ପକ୍ଷରୁ କ୍ଷିତିଶ ମହାନ୍ତି ୩ଟି, ସତ୍ୟକାମ ଭରଦ୍ୱାଜ ୩ଟି ଓ ସଚ୍ଚିଦାନନ୍ଦ ବଳ ଗୋଟିଏ ଉଇକେଟ ନେଇଥିଲେ । ପରେ ବ୍ୟାଟିଂ କରି ଜେସିସି ଦଳ ୩୭.୩ ଓଭରରେ ୧୩୯ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ । ସମ୍ବିତ ସାମଲ ୪୦, ଶାନ୍ତନୁ ଦାସ ୩୩ ଓ ସତ୍ୟକାମ ଭରଦ୍ୱାଜ ୧୪ ରନ କରିଥିବା ବେଳେ ମୃଣ୍ମୟ ତ୍ରିପାଠୀ ୪ଟି, ନୀହାର ଭୁୟାଁ ୨ଟି ଓ ଓମ୍‌ଶ୍ରୀ ଯାଦବ ୨ଟି ଉଇକେଟ ନେଇଥିଲେ ।

ନୀହାର ଭୁୟାଁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ବିଜୟୀ ହୋଇଥିଲା । ମ୍ୟାଚକୁ ସାର୍ଥକ ବିଶ୍ୱାଳ ଓ ରଂଜନ ମହାନ୍ତି ଅମ୍ବାୟାର ଭାବେ ପରିଚାଳନା କରିଥିଲେ । ସେହିପରି ଅନ୍ୟ ଗୋଟିଏ ମ୍ୟାଚ ଚରମ୍ପା ରେଲୱେ ପଡ଼ିଆରେ ସାଳନ୍ଦୀ କ୍ଲବ ଓ ୟୁନାଇଟେଡ ଏକାଡେମୀ ମଧ୍ୟରେ ଖେଳା ଯାଇଥିଲା । ସାଳନ୍ଦୀ କ୍ଳବ ଟସ୍ ଜିତି ବ୍ୟାଟିଂ କରି ୪୪.୩ ଓଭରରେ ୨୮୭ ରନ କରି ଅଲ୍ ଆଉଟ ହୋଇ ଯାଇଥିଲା । ଇନ୍ଦ୍ରଜିତ ମହାନ୍ତି ୫୭, ଅନୁଭବ ବଳ ୫୫ ଓ ଅନିଲ କୁମାର ସାହା ୫୩ ରନ କରିଥିଲେ । ୟୁନାଇଟେଡ ଏକାଡେମୀ ପକ୍ଷରୁ ଚିତ୍ତରଂଜନ ବେହେରା ୩ଟି, ବିମଳ ଦାସ ୨ଟି ଓ ସାହିଲ ଖାନ୍‌୨ଟି ଉଇକେଟ ନେଇଥିଲେ । ୟୁନାଇଟେଡ ଦଳ ବ୍ୟାଟିଂ କରି ୪୫ ଓଭରରେ ୬ ଉଇକେଟରେ ୨୩୧ ରନ କରିବାକୁ ସମର୍ଥ ହୋଇଥିଲା । ଚିତ୍ତରଂଜନ ବେହେରା ଶତକୀୟ ଇନିଙ୍ଗ୍‌ସ ଖେଳି ୧୩୯ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ । ଦଳ ପରାଜୟ ବରଣ କରିଥିଲା । ସାହିଲ ଖାନ ୫୧ ଓ ଅଭିଜିତ ଶୁଭଙ୍କର ଦାସ ୧୩ ରନ କରିଥିଲେ । ସାଳନ୍ଦୀ ପକ୍ଷରୁ ସଞ୍ଜୟ ଜେନା ୩ଟି, ନନ୍ଦ ମୁଣ୍ଡା ୨ଟି ଓ ଭବ୍ୟଭାନୁ ସ୍ୱାଇଁ ଗୋଟିଏ ଉଇକେଟ ନେଇଥିଲେ । ସଞ୍ଜୟ ଜେନାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚକୁ ଦେବବ୍ରତ ଦାଶ ଓ ଅବଦୁଲ ରହିମ ଖାନ୍ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.