Home ଜିଲ୍ଲା ପରିକ୍ରମା ଓସମେ ପକ୍ଷରୁ ବନ୍ଧୁମିଳନ ଓ ସାଧାରଣ ପରିଷଦ ବୈଠକ

ଓସମେ ପକ୍ଷରୁ ବନ୍ଧୁମିଳନ ଓ ସାଧାରଣ ପରିଷଦ ବୈଠକ

15
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀମାନଙ୍କ ସଂଗଠନ ଓସମେ ପକ୍ଷରୁ ଏକ ବନ୍ଧୁମିଳନ ଓ ସାଧାରଣ ପରିଷଦ ବୈଠକ ଭଦ୍ରକର ଜଗନ୍ନାଥପୁରସ୍ଥିତ ମାକ୍ରୋୱେବ୍ ଟେକ୍‌ନୋଲୋଜି କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ସଭ୍ୟ ଯୋଗଦାନ କରି ଅନେକ ମୂଲ୍ୟାୟନ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲା ଶିଳ୍ପକେନ୍ଦ୍ରର ପୂର୍ବତନ ସାଧାରଣ ପରିଚାଳକ ଇଂ ପୀତାମ୍ବର ପରିଡା ମୁଖ୍ୟଅତିଥି, ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା ଓ ଶିଳ୍ପକେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ଶଶୀଶେଖର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବର ଉଦ୍‌ଘାଟନ କରିଥିଲେ । ଓସମେ ର ସାଧାରଣ ସଂପାଦକ ସୁଶାନ୍ତ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରି ସରକାରଙ୍କ ବିଭିନ୍ନ ସାହାଯ୍ୟ ସହଯୋଗ କିଭଳି ଶିଳ୍ପଦ୍ୟୋଗୀମାନେ ପାଇପାରିବେ, ସେ ସଂପର୍କରେ ଆଶା ପୋଷଣ କରିଥିଲେ । ମୁଖ୍ୟଅତିଥି ଇଂ ଶ୍ରୀ ପରିଡା ନିଜ ଅଭିଭାଷଣରେ ଓସମେ ର ଅବଦାନ ସଂପର୍କରେ ସ୍ମୃତିଚାରଣ କରିବା ସହ ସମସ୍ତ ସଭ୍ୟ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ ଜଣାଇଥିଲେ । ସାଧାରଣ ପରିଚାଳକ ଶ୍ରୀ ବେରେହା ସଂଘ ଜିଲାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ କିଭଳି ସହାୟକ ହୋଇପାରିବ, ସେ ସଂପର୍କରେ ଆଲୋକପାତ କରିଥିବାବେଳେ ଅନ୍ୟତମ ଅତିଥି ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ବେହେରା ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିବାବେଳେ ଜିଲାରେ ଶିଳ୍ପ ବିକାଶ କ୍ଷେତ୍ରରେ ଶ୍ରୀ ବେହେରାଙ୍କ ଅବଦାନ ପାଇଁ ସମସ୍ତେ ସାଧୁବାଦ ଜଣାଇଥିଲେ । ମାକ୍ରୋୱେବ୍‌ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟ ସଭା ପରିଚାଳନା କରିବା ସହ ସଂଗଠନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମଳାକାନ୍ତ ସାହୁ, ଅର୍ପିତା ମହାନ୍ତି, କ୍ଷୀରୋଦ କୁମାର ରାଉତ, ରିଙ୍କୁବାଳା ଜେନା, ସାକମ୍ବରୀ ପରିଡା, ସୁରେଶ ଚନ୍ଦ୍ର ପୃଷ୍ଟି, ବିଶ୍ୱପ୍ରତାପ ସାମଲ, ଅରବିନ୍ଦ ନାୟକ, ଜିତେନ୍ଦ୍ର ପାତ୍ର, ସନ୍ତୋଷ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ରଂଜନ କୁମାର ନାୟକ, ଶିବପ୍ରସାଦ ଧଳ, ପ୍ରଜ୍ଞାନ ପାରମିତା ମହାନ୍ତି, ବିନୋଦ ଫଗୋଲା, ରମାକାନ୍ତ ପଣ୍ଡା, ନୀଳମଣି ମହାନ୍ତି, ବିଜୟ କୁମାର ରଣା, ସୁବ୍ରତ କୁମାର ଲେଙ୍କା, ଯାଦବ କୁମାର ଲେଙ୍କା ଓ ସେକ୍ ସଫିକ୍ ପ୍ରମୁଖ ସଭ୍ୟମାନେ ନିଜ ନିଜର ମତ ରଖିଥିଲେ । ମାକ୍ରୋୱେବ୍ ଟେକ୍ନୋଲୋଜିର କର୍ମକର୍ତା ସ୍ୱାଗତ ସଂଗୀତ ଗାନ କରିବା ସହ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ମାକ୍ରୋୱେବ୍ ଟେକ୍ନୋଲୋଜିର ନିର୍ଦ୍ଦେଶିକା ନମ୍ରତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଜିଲାର ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.