Home ଜିଲ୍ଲା ପରିକ୍ରମା ଓଷ୍ଟା ସଂଘର ପୂର୍ବତନ ଜିଲା ସଂପାଦକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଓଷ୍ଟା ସଂଘର ପୂର୍ବତନ ଜିଲା ସଂପାଦକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

44

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମିଳିତ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆଜି ଶହୀଦ ସ୍ମୃତି ଭବନ ପରିସରରେ ଓଷ୍ଟା ର ପ୍ରାକ୍ତନ ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ (ଖୋକନ) ଙ୍କ ର ଅବସର କାଳୀନ ସମ୍ବର୍ଧନା ସଭା ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ହୋତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଯାଇଛି। ଏହି ସଭାରେ ଭଦ୍ରକ ର ବିଧାୟକ ସିତାଂସୁ ଶେଖର ମହାପାତ୍ର,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗଣଶିକ୍ଷା ବିଭାଗ ର ପ୍ରାକ୍ତନ ସଚିବ ସୁରେଶ ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲାପାଳ ଦିଗମ୍ବର ମହାନ୍ତି, ଭଦ୍ରକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ, ରଞ୍ଜନ ଗିରି, କପିଳେନ୍ଦ୍ର ମିଶ୍ର, ରାମଚନ୍ଦ୍ର ବେହେରା, ଗଣେଶ୍ୱର ମଲ୍ଲିକ ଓଷ୍ଟା ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର,ଓଷ୍ଟା ର ପ୍ରାକ୍ତନ ସାଧାରଣ ସମ୍ପାଦକ ତଥା ଏସ୍ ଟି ଏଫ୍ ଆଇର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତି, ଆଲୋଷ୍ଟ। ର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ତ୍ୟାଗଭୂମି ସଭାପତି ଅଜୟ ନାୟକ , ହେମନ୍ତ କୁମାର ପାଢ଼ୀ,ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନ ର ମହାସଚିବ ଚାରୁଲତା ମହାପାତ୍ର, ପ୍ରାକ୍ତନ ସମ୍ପାଦିକା ନାରୀ ନେତ୍ରୀ ସୁରଜିତା ନାୟକ, ଓଷ୍ଟା ର ସମ୍ପାଦକ ନିର୍ମଳ ଜେନା, ଯାଜପୁର ଜିଲ୍ଲା ସଭାପତି ସୁନନ୍ଦ ରାଉତ, ବାଲେଶ୍ୱର ଜିଲ୍ଲା ସଭାପତି ମନୋରଞ୍ଜନ ଦାସ, କାହ୍ନୁ ସାମଲ, ମୃତ୍ୟୁଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ପର୍ଶୁରାମ ପାତ୍ର, ପ୍ରଶାନ୍ତ ମିଶ୍ର, ହେମନ୍ତ ସୁତାର, କମଳାକାନ୍ତ ନାୟକ, ରମାକାନ୍ତ ପରିଡା ଉପେନ୍ଦ୍ର ପ୍ରସାଦ ପାଢ଼ୀ, ପିଙ୍କି ପ୍ରିୟଦର୍ଶିନୀ ପଣ୍ଡା, ଦିପ୍ତିମୟୀ ସାହୁ, ଗୀତାରାଣୀ ନାୟକ, ମଧୁ ସୁଦନ ମହାନ୍ତି, ବିଭୂତି ଦାସ ପ୍ରମୁଖ ଯୋଗ ଦେଈ ପ୍ରଦୀପ୍ତ ଦାସ ଙ୍କ କର୍ମ ତଥା ସଂଗ୍ରାମୟ ଜୀବନ ଉପରେ କହିବା ସହିତ ଶିକ୍ଷକ ମାନଙ୍କ ସମସ୍ୟା ର ସମାଧାନ ପାଇଁ ସେ କିପରି ଅହରହ ଉଦ୍ୟମ କରୁଥିଲେ ସେ ସମ୍ପର୍କ ରେ ବକ୍ତବ୍ୟ ଦେଇଥିଲେ. ଏହି ଅବସରରେ ବିଭିନ୍ନ ଶିକ୍ଷକ ସଙ୍ଘ ଓ ବିଦ୍ୟାଳୟ ପକ୍ଷରୁ ପ୍ରଦୀପ୍ତ ଦାସ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତ ଓ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ ରୁଦ୍ରମାଧବ ବାରିକ ଓ ସାଥୀ ବିଦାୟ ସଙ୍ଗୀତ ରଚନା କରିଥିଲେ ଭୀମ ଚରଣ ପରିଡା। ସର୍ବ ଶେଷରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସମ୍ବର୍ଦ୍ଧନା ଜଣାଇଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ରବିନ୍ଦ୍ର ମହାରଣା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.