Home ଜିଲ୍ଲା ପରିକ୍ରମା ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ

ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ

2

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ୪୨ତମ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଶ୍ରୀ ମଲ୍ଲିକ, ମୁଖ୍ୟ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ମୁଖ୍ୟ ବକ୍ତା ବନ୍ତ ଆଚଂଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ବକ୍ତା ପୂର୍ବତନ ରାଜ୍ୟ ଓଷ୍ଟା ସମ୍ପାଦକ ରଘୁନାଥ ସାହୁ, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, କେନ୍ଦୁଆପଦା ସରପଚଂ ଇଂ.ପ୍ରମୋଦ ଜେନା, ଜିଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ମିଶ୍ର ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବନ୍ତ ବ୍ଲକ ସଭାପତି ଶ୍ରୀକାନ୍ତ ପଣ୍ଡା ଅତିଥି ମାନଙ୍କୁ ମଚଂକୁ ଆହ୍ୱାନ, ଭଦ୍ରକ ବ୍ଲକ ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, ଜିଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ ବିବରଣୀ ପାଠ, ବାସୁଦେବପୁର ସମ୍ପାଦକ କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, ପୂର୍ବତନ ରାଜ୍ୟ ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାଶ, ପୂର୍ବତନ ଜିଲା ଉପ-ସଭାପତି ସୁବଳ କୁମାର ପତ୍ରୀ, ଅଜୟ କୁମାର ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଃଶାସନ ଜେନା, ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଭଣ୍ଡାରିପୋଖରୀ ସମ୍ପାଦକ ମନୋରଞ୍ଜନ ପଣ୍ଡା ଅତିଥି ପରିଚୟ ଓ ବନ୍ତ ସମ୍ପାଦକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ୧୪୦ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ କୃତୀ ପ୍ରତିଯୋଗୀ ମାନଙ୍କୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଥିଲା । ବିଚାରକ ଭାବେ ସାରଥି ପଣ୍ଡା, ବୈକୁଣ୍ଠନାଥ ସାହୁ, ଅପରାଜିତା ସାହୁ ଦାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲା ସମ୍ପାଦକ ପ୍ରଣବ କୁମାର ସାହୁ, ଚାନ୍ଦବାଲି ସମ୍ପାଦକ ପ୍ରଭାକର ପରିଡା, ତିହିଡି ସମ୍ପାଦକ ବିଶ୍ୱନାଥ ପଣ୍ଡା, ଧାମନଗର ସମ୍ପାଦକ ହେମନ୍ତ କୁମାର ସୂତାର, ଜିଲା ଉପ-ସଭାପତି ପର୍ଶୁରାମ ସାହୁ, ବିକଶି ସାହୁ, ପର୍ଶୁରାମ ପାତ୍ର, ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର, ଅରୁଣ ଶତପଥି, ଜିଲା କାର୍ଯ୍ୟକାରିଣୀ ସଭ୍ୟ ନିରଞ୍ଜନ ପଣ୍ଡା, ବ୍ରହ୍ମାନନ୍ଦ ରାୟ, ପ୍ରଦୀପ ବାରିକ, ସୁଶାନ୍ତ ଦାଶ, ରାଜ୍ୟ ସଦସ୍ୟ ଆଲୋକ ରଞ୍ଜନ ମୁଖାର୍ଜି, ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.