Home ଜିଲ୍ଲା ପରିକ୍ରମା ଓଲଟିଲା ଯାତ୍ରୀବାହୀ ବସ୍‌, ୧୨ ଆହତଙ୍କୁ ମେଡିକାଲରେ ଭର୍ତି

ଓଲଟିଲା ଯାତ୍ରୀବାହୀ ବସ୍‌, ୧୨ ଆହତଙ୍କୁ ମେଡିକାଲରେ ଭର୍ତି

17

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟିପଡିବା ଫଳରେ ୧୨ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସା ହେଉଥିବାର ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ରଘୁନାଥ ଦାମୋଦର ଜୀଉ ନାମକ ଏକ ଘରୋଇ ବସ୍ ଉଦଳାରୁ ଭଦ୍ରକ ଅଭିମୁଖେ ଆସୁଥିଲା । ହଠାତ୍ ଏକ ବାଇକ୍ ଆରୋହୀଙ୍କୁ ବଂଚାଇବାକୁ ଯାଇ ଗାଡିଟି ଭାରସାମ୍ୟ ହରାଇ ରାଣୀତାଲ ରେଲ୍‌ୱେ ଗେଟ୍ ଗୋପାଳି ଛକ ସାମ୍ନାରେ ନୟନଯୋରୀକୁ ଖସିପଡିଥିଲା । ତେବେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି । ଏହି ଘଟଣାର ଖବର ପାଇ ଅଡା ଦମକଳ କର୍ମଚାରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏବଂ ଘଟଣାସ୍ଥଳରେ ପୁଲିସ୍ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି । ସମସ୍ତ ଆହତ ଯାତ୍ରୀମାନେ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସା ହେଉଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.