ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୋମନାଥ ନାୟକ ଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ମଞ୍ଜୁଲତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଯୋଗଦେଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଚାନ୍ଦବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସୂତାର, ବରେଣ୍ୟ ଅତିଥି ଭାବେ ଚାନ୍ଦବାଲି ବ୍ଲକ ର ସହ ଶିକ୍ଷା ଅଧିକାରିଣୀ ଅନିତା ମିଶ୍ର,ଓରାସାହି ଗ୍ରାମ ପଂଚାୟତ ର ସରପଂଚଙ୍କ ପ୍ରତିନିଧି ଅକ୍ଷୟ କୁମାର ନାୟକ ଯୋଗ ଦେଇ କ୍ରିଡ଼ା ଅନ୍ୟାନ୍ୟ ପ୍ରତିଯୋଗୀତା ରେ ଭାଗନେଇ କୃତିତ୍ୱ ଅର୍ଯନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାସ ଦାସ , ଶମ୍ଭୁନାଥ ବେହେରା,ପ୍ରତିମା ସାମଲ, ଅଶ୍ୱିନୀ ନାଏକ,ଭାଗ୍ଯଶ୍ରୀ ସାହୁ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ଯା ଉପସ୍ଥିତ ରହି ଉତ୍ସବ ଟିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ସର୍ବଶେଷରେ ଯୋଗେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।








