Home କେନ୍ଦୁଝର ଓରାଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା କରଣ ଦାବି

ଓରାଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା କରଣ ଦାବି

17

ହାଟଡିହି- ୧୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାକରଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏହି ଗ୍ରାମରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର୍ର ଉପରେ ଓରାଳି, ଅଁରା, କଳିଗାଁ ଆଦି ତିନିଗୋଟି ପଞ୍ଚାୟତର ୨୨ଟି ଗ୍ରାମରେ ଥିବା ୧୫ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଏହା ଗୋଟିଏ ପଟେ ଶାଳଣିଆଁ ଓ ଅନ୍ୟପଟେ ହାଯଡିହିର ମଧ୍ୟସ୍ଥଳରେ ଏହା ଅବସ୍ଥିତ । କିନ୍ତୁ କୋଭିଡ ଟୀକାକରଣ ସମୟରେ ଏହି ସବୁ ପଞ୍ଚାୟତର ଲୋକମାନେ ୭କିଲୋମିଟର ଦୁର ହାଟଡିହି ଅଥବା ୬କିଲୋମିଟର ଦୁର ଶାଳଣିଆଁକୁ ଯିବାକୁ ପଡୁଛି । ସାଧାରଣ ଲୋକମାନେ ଯେଣତେଣ ପ୍ରକାର ଧାଡିରେ ଘଣ୍ଟା ଘଣ୍ଟା ଠିଆହୋଇ ଟୀକା ନେଉଥିବାବେଳେ ବରିଷ୍ଠ ନାଗରିକ ମାନେ ଦୁର ଦୁରାନ୍ତକୁ ଯାଇ ଟୀକା ନେବାରେ ଅସୁବିଧା ଭୋଗ କରିବା ସହିତ ଦୁଇ ତିନିଥର ଲେଖାଏଁ ଯାଇ ଟୀକା ନପାଇ ଫେରୁଛନ୍ତି । ବର୍ତ୍ତମାନ ଏହିସବୁ ପଞ୍ଚାୟତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଶହଶହ ଲୋକ ଥଣ୍ଡା, ଜ୍ୱର ଓ କାଶ ରୋଗରେ ପିଡିତ ଅଛନ୍ତି । ତେଣୁ ଓରାଳି ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାଦାନ କେନ୍ଦ୍ର ଖୋଲିବା ସହ ଏଠାରେ ଆରଟିପିସିଆର ଟେଷ୍ଟ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.