Home କେନ୍ଦୁଝର ଓରାଳିରେ ସରକାରୀ ନିର୍ଦ୍ଦେଶନାମାକୁ ଅବମାନନା

ଓରାଳିରେ ସରକାରୀ ନିର୍ଦ୍ଦେଶନାମାକୁ ଅବମାନନା

15

ହାଟଡ଼ିହି, ୧୨ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଓରାଳି ବସଷ୍ଟପରେ ସାଇନବୋର୍ଡ ଲଗାଯିବାନେଇ ସରକାରୀ ନିର୍ଦ୍ଦେଶନାମା ପରେ ମଧ୍ୟ ପୁଣିଥରେ ଖୋଲାଖୋଲି ବେଖାତିର କରି ଓରାଳି ବଦଳରେ ଶାଳଣିଆଁ ସାଇନବୋର୍ଡ ଲଗାଯାଇଛି । ଯାହାକୁ କେନ୍ଦ୍ରକରି ଗ୍ରାମବାସୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ଯେ ଗତ ଡିସେମ୍ବର ମାସରେ ସାଇନବୋର୍ଡ ଲଗାଯିବାପାଇଁ ପୁର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଠିକାଦାର ବନ୍ତ, ବସନ୍ତିଆ, ଛେନାପଦି, ହାଟଡିହି ପ୍ରଭୃତି ଛକ ଓ ଗାଁ ନିକଟରେ ସାଇନବୋର୍ଡ ଲଗାଇଥିବାବେଳେ ଓରାଳିକୁ ବାଦ ଦେଇଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁକ୍ତବୃତ୍ତ ସ୍ତମ୍ବକାର ସୁବ୍ରତ ପଟ୍ଟନାୟକ ଏ ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତୁରନ୍ତ ଓରାଳିରେ ସାଇନବୋର୍ଡ ଲଗାଯିବା ପାଇଁ କମର୍ସ ଏଣ୍ଡ ଟ୍ରାନସପୋର୍ଟ ଅଫିସରୁ ଜାନୁୟାରୀ ମାସ ୨୮ତାରିଖରେ ଚିଠିନଂ ୮୪୪ରେ ଓଏସଆରଟିସିର ଜେନେରାଲ ମ୍ୟାନେଜର (ଆଡମିନ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରିତାପର ବିଷୟ ଯେ ଏହି ନିର୍ଦ୍ଦେଶ ମିଳିବାପରେ ସେଠାରେ ଠିକାଦାରଙ୍କ ପକ୍ଷରୁ ଓରାଳି ବଦଳରେ ଶାଳଣିଆଁ ସାଇନବୋର୍ଡ ଲଗାଯାଇଛି । ଓରାଳିରୁ ଶାଳଣିଆଁର ଦୁରତା ୧୦କିଲୋମିଟର ହୋଇଥିଲେ ହେଁ କେଉଁ ଉଦ୍ଦେଶ୍ୟରେ ଓ କେଉଁ ବିଚାରରେ ଏହି ସାଇନବୋର୍ଡ ଲଗାଯାଇଛି ତାହା ବୁଝାପଡୁ ନାହିଁ । ଓରାଳି ଗ୍ରାମଟି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମାନ୍ତ ଗ୍ରାମ ହୋଇଥିବାରୁ ନନ୍ଦିପଦା ଓ ବନ୍ତ ପୁଲିସ ସହଯୋଗ କରିବାକୁ ଏସପିଙ୍କୁ ଅନୁରୋଧ କରାଯାଇଛି । ଜଣେ ବ୍ୟକ୍ତି ଏହି ସ୍ଥାନକୁ ନିଜ ନାମରେ ନାମିତ କରିବାପାଇଁ ଚକ୍ରାନ୍ତ କରୁଥିବାରୁ ଏପରି ହେଉଥିବା ଗ୍ରାମବାସୀମାନେ ଅନୁମାନ କରୁଛନ୍ତି । ତୁରନ୍ତ ଓରାଳିରେ ନାମଫଳକ ନଲାଗିଲେ ଜନଆନ୍ଦୋଳନ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଶୁଣିବାକୁ ମିଳିଛି । ଆନନ୍ଦପୁର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.