Home ଜିଲ୍ଲା ପରିକ୍ରମା ଓଭରଲୋଡ଼ ଗାଡି ରାସ୍ତାକୁ କାଳ

ଓଭରଲୋଡ଼ ଗାଡି ରାସ୍ତାକୁ କାଳ

16

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତାରେ ଓଭରଲୋଡ଼ ଗାଡି ପାଇଁ ଅନୁମତି ନ ଥିବା ବେଳେ ଜାତୀୟ ରାଜପଥ କାମ କରୁଥିବା ଏକ ଠିକାଦାର କମ୍ପାନୀ ରାଣୀତାଲ ଦେଇ ଶହ ଶହ ଓଭର ଲୋଡି ପାଉଁଶ ନେଇ ଯାଉଥିବା ବେଳେ ପ୍ରଶାସନ ପୁରା ଚୁପ। ଟ୍ରକରେ ଓଭରଲୋଡି ବାଲି ନେଇ ଗଲା ବେଳେ ପୋଲିସ ଠାରୁ ଆରଟିଓ ସମସ୍ତେ ଚଢ଼ାଉ କରୁଥିବା ବେଳେ ଠିକାଦାର କମ୍ପାନୀକୁ ଏତେ ଅନୁକମ୍ପା କାହିଁକି ବୋଲି ଜଣେ ଟ୍ରକ ମାଲିକ ପ୍ରଶ୍ନ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଏହି ଓଭର ଲୋଡି ଗାଡି ରାସ୍ତାକୁ ଫଟାଇବା ସହ ଅନେକ ସମୟରେ ଦୁର୍ଘଟଣାର କାରଣ ସାଜୁଛି। ଅନେକ ସମୟରେ ରାସ୍ତାରେ ପାଉଁଶ ପଡି ପଡି ଯାଉଥିବାରୁ ଏହା ପଥଚାରୀଙ୍କ ପାଇଁ ଦୁଃଖର କାରଣ ସାଜୁଛି। ଗୋଟିଏ ପଟେ ଓଭର ଲୋଡି ତ ଅନ୍ୟ ପଟେ ଅନାଭିଜ୍ଞ ଗାଡି ଚାଳକଙ୍କ ପାଇଁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଜାତୀୟ ରାଜପଥର ଏହି ଧୂଳି ବିଭିନ୍ନ ରୋଗର କାରଣ ସାଜୁଛି। ବିଭିନ୍ନ ସମୟରେ ଏହି ଧୂଳି ଆଖିରେ ପଡିବାର ନଜିର ମଧ୍ୟ ଅଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.