Home ଜିଲ୍ଲା ପରିକ୍ରମା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଫଳତାରେ ଶ୍ୱେତାଶ୍ରୀ ଓ ସୌମ୍ୟରଂଜନ ଙ୍କୁ ଶୁଭେଚ୍ଛା

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଫଳତାରେ ଶ୍ୱେତାଶ୍ରୀ ଓ ସୌମ୍ୟରଂଜନ ଙ୍କୁ ଶୁଭେଚ୍ଛା

10

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟରେ ବାସୁଦେବପୁର ସ୍ଥିତ ଉରୁଣିଆ ଗ୍ରାମର ନିବାସୀ ତଥା ଭଦ୍ରକ ଅପର୍ତିବିନ୍ଧା ନ୍ୟୁ-କଲୋନୀ ରେ ବସବାସ କରୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ସୁବାସିନୀ ନାୟକ ଙ୍କ ସାନ ଝିଅ ଶ୍ୱେତାଶ୍ରୀ ମହାପାତ୍ର ନିଜର ୩ ବର୍ଷର ଚାକିରୀ ଛାଡି ଦିନକୁ ୬ ରୁ ୮ ଘଂଟା ପାଠ ପଢି ଓଡ଼ିଶାରେ ଓସିଏସ ଟପ୍ପର ସ୍ଥାନ ଗ୍ରହଣ କରିଛନ୍ତି । ଏବଂ ଭଦ୍ରକ କଦମ୍ଭବେଡା ନିବାସୀ ପୌରପାଳିକାର ପୂର୍ବତନ ପାରିଷଦ ହୃଦାନନ୍ଦ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଗତି ବେହେରା ଙ୍କ ପୁଅ ସୌମ୍ୟରଂଜନ ବେହେରା ଓଡ଼ିଶାର ୧୨୩ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ହୋଇଥିବାରୁ ଭାଇଚାରା ସହର ଭଦ୍ରକ ମୁସଲିମ ଜମାତ ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ , ଉପ ସଭାପତି ମହମ୍ମଦ ଜ଼କାଉଲ୍ଲା, ସାଧାରଣ ସମ୍ପାଦକ ହାଜି ଶେଖ ଇନାମ ମହମ୍ମଦ , ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ , ସମ୍ପାଦକ ଶେଖ ସିରାଯୁଦ୍ଦିନ , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର , ବରିଷ୍ଠ ସଭ୍ୟ ହାଜି ଅନୱର ହୋସେନ , ଇଂ ରେଜାଏ ରସୁଲ, ଇଂ ହବିବୁଲ୍ଲା ଖାନ , ଜମିଲ ଅଖତର ଖାନ ପ୍ରମୁଖ କୃତଜ୍ଞତା ସହିତ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.