Home ଜିଲ୍ଲା ପରିକ୍ରମା ଓଡିଶା ସରକାରଙ୍କ ନିର୍ମାଣ ବିଭାଗର ପଛୁଆ ଗତି, ୨୧୧କୋଟି ଟଙ୍କାର ପ୍ରକଳ୍ପରେ ପୁରୁଣା ହ୍ୟୁମ ପାଇପରେ...

ଓଡିଶା ସରକାରଙ୍କ ନିର୍ମାଣ ବିଭାଗର ପଛୁଆ ଗତି, ୨୧୧କୋଟି ଟଙ୍କାର ପ୍ରକଳ୍ପରେ ପୁରୁଣା ହ୍ୟୁମ ପାଇପରେ ନିର୍ମାଣ ଚାଲିଛି ଧାମରା -ଜାମୁଝାଡି ରାସ୍ତା

18

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା- ଜାମୁଝାଡି ରାସ୍ତା ନିର୍ମାଣ ପାଇଁ ହୋଇଥିବା ଚୁକ୍ତିପତ୍ରରେ ଦର୍ଶାଯାଇଛି ୩୦ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ ହେବ। ଏହି କାର୍ଯ୍ୟ ଆରମ୍ଭ ହୋଇଛି ମାର୍ଚ୨୦୧୯ ଏବଂ ଶେଷ ହେବ ଅଗଷ୍ଟ ୨୦୨୧ ମସିହାରେ ମାତ୍ର ଅଦ୍ୟାବଧି ଏହି କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିବା ଜଣାଯାଇଛି। ଖବରରୁ ପ୍ରକାଶ ଧାମରା- ଜାମୁଝାଡି ୫୬ କି.ମି ରାସ୍ତାକୁ ସରକାର ୧୬-ଏ ରାଜପଥର ମାନ୍ୟତା ଦେବା ସହ ଓଡିଶା ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ, ଧାମରା ବନ୍ଦର କର୍ତୁପକ୍ଷ ଏବଂ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ କର୍ତୁପକ୍ଷଙ୍କ ସହଭାଗିତାରେ ଏହି ରାଜରାସ୍ତା ନିର୍ମାଣ ହେବ ବୋଲି ରାଜ୍ୟ ସରକାର ୟୁଏମଏସଏଲ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ। ଏହି ରାସ୍ତା ନିର୍ମାଣ ପାଇଁ ୩ଜଣ ସହଭାଗିତାରେ ପ୍ରତ୍ୟେକ ୭୫କୋଟି ଟଙ୍କା ପ୍ରଦାନ କରିଥିଲେ। ୫୬.୪କି.ମି ରାସ୍ତା ପାଇଁ ୟୁଏମଏସଏଲ ଚୁକ୍ତି ପତ୍ର ସଂପାଦନ କରିଥିବା ବେଳେ ଅଗଷ୍ଟ ୨୦୨୧ରେ ପ୍ରକଳ୍ପ ଶେଷ ହେବାକୁ ଥିବା ବେଳେ ଅବଧିର ୮ ମାସ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଶେଷ ହେବାର ନାଁ ଧରୁନାହିଁ। ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ମୁଖ୍ୟ ଠିକାସଂସା୍ଥ ଦୀର୍ଘ ୩ବର୍ଷ ମଧ୍ୟରେ ବହୁ ଠିକା ସଂସା୍ଥ କୁ ଏହି ପ୍ରକଳ୍ପ କରିବାକୁ ଅନୁମତି ଦେଇ ପୁନଶ୍ଚ ସେମାନଙ୍କର ଠିକା ବାତିଲ କରିବା ହେତୁ ବହୁ ଠିକାଦାର ଏହି ସଂସ୍ଥାରେ ପୁଞି ବିନିଯୋଗ କରିବା ପରେ ମଧ୍ୟ ରାତି ଅଧିଆ ଓହରି ଯାଇ ଥିବା ଜଣାଯାଇଛି। ଏଥିସହ ଧାମରା ବନ୍ଦର କର୍ତୁପକ୍ଷ କେନ୍ଦ୍ର ସରକାରଙ୍କ ସମୁଦ୍ରରୁ ବାଲିଉତୋଳନ କରି ସେହି ବାଲିକୁ ରାଜ୍ୟ ସରକାରଙ୍କୁ ବିକ୍ରି କରି ନିଜର ପ୍ରାପ୍ୟ ଦେବା ବଦଳରେ ପୁନଶ୍ଚ ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ୟ ମାଗିବା ଏକ ପ୍ରହସନ ପାଲଟିଛି।

ଏଥିସହ ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ନିଜର ରାସ୍ତାକୁ ନିଜେ ପରୀକ୍ଷଣ କରିବା ବଦଳରେ ମୁନାଫା କମାଇବା ଆଳରେ ଅନ୍ୟ ଏକ ସଂସ୍ଥାକୁ ଏହାର ମାନ ପରୀକ୍ଷଣ କରିବାକୁ ଦେବା ଏକ ହାସ୍ୟସ୍ପଦ ବ୍ୟାପାର ପାଲଟିଛି। ଏଥିସହ ଏହି ରାସ୍ତା ନିର୍ମାଣ ସମୟରେ ଛୋଟ ଛୋଟ ପୋଲ ନିର୍ମାଣ ସମୟରେ ପୁରୁଣା ହ୍ୟୁମ ପାଇପ ବ୍ୟବହାର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। କେଉଁ ପରିସ୍ଥିତିରେ ପୁରୁଣା ହ୍ୟୁମ ପାଇପ ବ୍ୟବହାର କରୁଛନ୍ତି ଏହାର ଉତର ରକିବାକୁ ମାନ ନିର୍ଦ୍ଧର୍ାରଣ ଏବଂ ପରୀକ୍ଷଣ କରୁଥିବା ଠିକା ସଂସ୍ଥା ଆୟୋଲେଜା କନସଲଟାନ୍ସି ର ପରିଚାଳକ ପ୍ରଥମେ ଏହି ରାସ୍ତାର କାର୍ଯ୍ୟ ଠିକ ମାନରେ ଚାଲିଛି ବୋଲି କହିଥିବା ବେଳେ ଅଭିଯୋଗ କାରୀ ଆସି ସେମାନଙ୍କୁ ଭୁବନେଶ୍ୱର ଅଫିସରେ ଅଭିଯୋଗ କରନ୍ତୁ ବୋଲି କହିବା ସହ ଆଜି ଶନିବାର, ଆପଣଙ୍କ ଅଭିଯୋଗ ସୋମବାର ଦିନ ଭୁବନେଶ୍ୱର ଅଫିସରେ ଉପସ୍ଥିତ ରହିଲେ ଶୁଣାଯିବ ବୋଲି କହି ଫୋନ କାଟି ଦେଇଥିଲେ।ଅନ୍ୟ ପକ୍ଷରେ ଭଦ୍ରକ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ କଥା ହେବାରୁ ସେ ଏହି ରାସ୍ତା ଡାଇଭର୍ସନ ରୋଡ ବୋଲି କହିଥିଲେ, ମାତ୍ର ପୁରୁଣା ହ୍ୟୁମ ପାଇପ ବ୍ୟବହାର ହେଉଥିବା ସ୍ଥାନରେ ଡାଇଭର୍ସନ ରାସ୍ତା ନିର୍ମାଣ ହୋଇସାରିଛି ବୋଲି କହିବା ପରେ ମଧ୍ୟ ସେ ଆଗାମୀ ଦିନରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଆଜି ଶନିବାର ସନ୍ଧ୍ୟା ସମୟରେ ଏହି କାର୍ଯ୍ୟ ହେଉଥିବା ବେଳେ କେଉଁ ପରିସ୍ଥିତିରେ ମାନ ନିର୍ଧାରଣ ଏବଂ ପରୀକ୍ଷଣ କରୁଥିବା ଠିକା ସଂସ୍ଥା ଆୟୋଲେଜା କନସଲଟାନ୍ସି ଅନୁପସ୍ଥିତରେ ଏହି କାର୍ଯ୍ୟ ହେଉଛି ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ପକ୍ଷରେ ୟୁଏମଏସଏଲ କମ୍ପାନୀର ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ କୁହନ୍ତି ଦରକାର ପଡୁଥିବା ହ୍ୟୁମ ପାଇପ ସବୁ ନୂଆ ଲଗାଇବା ଆମ ପକ୍ଷରେ ସମ୍ଭବ ନୁହେଁ ତେଣୁ ଲୋକ ମାନଙ୍କ ପାଇଁ ଏହି ରାସ୍ତା ହେଉଥିବା ବେଳେ ଏମିତି କିଛି କାର୍ଯ୍ୟ କରିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.