Home ଜିଲ୍ଲା ପରିକ୍ରମା ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ

15

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧୀନରେ ରାଜ୍ୟର ମାତ୍ର ୧୫୦୦ରୁ ପାଖାପାଖି ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି ଓ ହେଲେ ପରିତାପର ବିଷୟ ଏଯାବତ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି ଓ ଯୋଜନାରେ କିନ୍ତୁ କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ସରକାରୀ ନିୟମ ରହିଛି ।ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ରହିଥିବାବେଳେ ବୋର୍ଡ ଗଠନ ହୋଇନଥିବାରୁ ପରିଷଦ ବର୍ଷେ ହେବ ନିଷ୍କ୍ରିୟ ହୋଇ ପତିରହିଛି । ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବାବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାକିଛି । ଓଡିଶା ଶିଳ୍ପୀ ମହାସଂଘର ବାରବାର ଦାବୀ ସତ୍ୱେ ରାଜ୍ୟ ସରକାର ଆଦୌ କର୍ଣପାତ କରୁ ନାହାନ୍ତି । ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିବାଦରେ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ଏହି କ୍ରମରେ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଓ ଓଡିଶା ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଆମ ରାଜ୍ୟର ଯେତେ ପ୍ରକାରର ହସ୍ତ ଓ ବୟନ କଳା, ସେତେ ପ୍ରକାରର ସମସ୍ୟା ଓ ମହାସଂଘର ସ୍ମାରକ ପତ୍ରରେ ମାତ୍ର ଦୁଇଟି ଦାବୀ ରହିଛି । ଗୋଟିଏ ହେଲା ପୂର୍ବ ସରକାର ସମୟରୁ ଲାଗୁ କରା ଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ ଜାରିଗର ମାସିକ ଆର୍ôଥକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା । ମାସିକ ସହାୟତା ରାଶିକୁ ଦୁଇ ହଜାରରୁ ବୃଦ୍ଧି କରି ପାଂଚ ହଜାର କରିବା । ତତସହିତ କାରିଗରୀ ବା ବୁଣା କାମରେ ନିୟୋଜିତ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଯୋଜନାରେ ସାମିଲ କରାଯାଉ । ସୂଚନା ଥାଉକି, ଏହି ଯୋଜନାରେ କଳାକାରଙ୍କ ଭଳି ୪୦ ବର୍ଷରୁ ଉର୍ଜ ମହିଳା ଓ ୫୦ ବର୍ଷରୁ ଊର୍କ ପୁରୁଷ ବୁଣାକାର ଏବଂ କାରିଗରଙ୍କୁ ମାସିକ ମାତ୍ର ୨ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି ।ସେହିଭଳି ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ଉଦଘାଟିତ ହୋଇଥିଲା ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ । ଯାହାର କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ନିକଟରେ ରହିଛି । ରାଜ୍ୟ ସରକାର ଓ କାରିଗର ଏବଂ ବୁଣାକାରଙ୍ଗ ମଧ୍ୟରେ ସଂପର୍କର ସେତୁ ଭାବେ କାଯ୍ୟ କରି ଆସୁଥିବା ଏହି ପରିଷଦର ପରିଚାଳନା ବୋର୍ଡ ଗଠନ କରାଯାଉନଥିବାରୁ ସଂପୂର୍ଣ ନିଷ୍କ୍ରିୟ ହୋଇ ପଡିଛି । ପରିଷଦର କାର୍ଯ୍ୟକାରୀ ବୋର୍ଡକୁ ପୁର୍ନଗଠନ ପୂର୍ବକ ଯଥାଶୀଘ କାର୍ଯ୍ୟକ୍ଷମ କରାଯାଉ । ସୂଚନା ଥାଉକି, ଏହି ପରିଷଦର ପରିଚାଳନା ବୋର୍ଡର ସଦସ୍ୟ ଭାବେ ରାଜ୍ୟର ବିଶିଷ୍ଟ ବୁଣାକାର ଓ କାରିଗର ରହିବେ ବୋଲି ବ୍ୟବସ୍ଥା ରହିଛି । ପୂର୍ବ ପାଳିରେ ନିପୁଣ ଶିଳ୍ପୀ /ବୁଣାକାରଙ୍କ ଦରମା ବୃଦ୍ଧି, ପ୍ରଶିକ୍ଷାର୍ଥୀଙ୍କ ଭତା ବୃଦ୍ଧି, ଦେଢଶହରୁ ଊଦ୍ଧ ହସ୍ତଶିଳ୍ପ ଗ୍ରାମ ବା ଫୁଜର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କର୍ମଶାଳା, ଉତ୍କଳିକା ମାଧ୍ୟମରେ ସାହାଣ ପଥର ଯୋଗାଣ ଓ ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା ଆଦି ଅନେକ ନିଷ୍ପତି ନିଆଯାଇ ପାରିଥିଲା । ଦିନକୁ ଦିନ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସମସ୍ୟା ବଢି ଚାଲିଥିବାରୁ, ଏହି ବିକାଶ ପରିଷଦ ସକ୍ରିୟ ହେବା ଅତ୍ୟନ୍ତ ଜରୁରୀ ଅଟେ ।ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା ଓ କୃଷି ପରେ ଏକ ପ୍ରମୁଖ ସାବଲମ୍ବୀ କ୍ଷେତ୍ର ଭାବେ ଦଶ ଲକ୍ଷରୁ ଉଦ୍ଧ ଲୋକ ଏହି ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଓଡିଶା ଅସ୍ମିତାର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି ଆମ ପାରଂପାରିକ କଳାକାରିଗରୀକୁ ବଂଚାଇ ଆସିବା ସହ ଆମ ରାଜ୍ୟକୁ ବିଶ୍ୱ ଦରବାରରେ ଏକ ସତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କାରିଗର ଓ ବୁଣାକାରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ, ହେଲେ ଆନ୍ତରିକତା ଅଭାବରୁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଟି ପାରୁନି । ପୂର୍ବ ସରକାର କରିଥିବା ଅନେକ ଯୋଜନା ଏବେର ସରକାର ଜାରି ରଖିଥିବାବେଳେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ବୈମାତୃଳ ଭାବକୁ ଓଡିଶା ଶିଳ୍ପୀ ମହାସଂଘ ଦୃଢ ନିନ୍ଦା କରିଛି । ଏହା ରାଜ୍ୟର ଲକ୍ଷ ଲକ୍ଷ କାରିଗର ଓ ବୁଣାକାରଙ୍କ ମନରେ ତୀବ୍ର ଅସନ୍ତୋଷ ଭରି ଦେଇଛି । ଆଜି ବନ୍ତ ଛକ ଠାରୁ ଭଦ୍ରକ ଜିଲ୍ଲାର ଶହଶହ କାରିଗର ଓ ବୁଣାକାର ସାମିଲ ହୋଇ ଏକ ଶୋଭାଯାତ୍ରା ରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଂଚି ଥିଲେ । ମହାସଂଘର ରାଜ୍ୟ ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର, ସଂଗଠନ ସଂପାଦିକା ସରୋଜିନୀ ଦାସ,ଭଦ୍ରକ ଜିଲ୍ଲା ସଭାପତି ଆନନ୍ଦ ନାୟକ,ଉପଦେଷ୍ଟା ରବିନାରାୟଣ ଖିଲାର,ତପନ ମହାରଣା, ଗୌରାଂଗ ବେହେରା,ଅଚ୍ୟୁତ ଗିରି,ତପଜ୍ୟୋତ୍ସ୍ନା ଗିରି, ଗୌତମ ସୁତାର, ଶ୍ରୀନିବାସ ବେହେରା, କଣ୍ଠ ମାଝୀ, ରାଜକିଶୋର ସେଠୀ ପ୍ରମୁଖ ନେତୃତ୍ୱ ରେ ଅତିରିକ୍ତ ଜିଲ୍ଲପାଳ ସରୋଜ କୁମାର ଦତ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.