Home ଜିଲ୍ଲା ପରିକ୍ରମା ଓଡିଶା ଶିକ୍ଷା ଅମଲା ସଙ୍ଘ, ଭଦ୍ରକ ଶାଖା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ...

ଓଡିଶା ଶିକ୍ଷା ଅମଲା ସଙ୍ଘ, ଭଦ୍ରକ ଶାଖା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

11

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପରାହ୍ନ ୫ ଘଟିକା ସମୟରେ ଓଡିଶା ଶିକ୍ଷା ଅମଲା ସଙ୍ଘ, ଭଦ୍ରକ ଜିଲ୍ଲା ତରଫରୁ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଶିକ୍ଷା ଅଧିକାରୀ, ଭଦ୍ରକଙ୍କ ଜରିଆରେ ମାନନୀୟା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ପ୍ରତିନିଧିମଣ୍ଡଳୀରେ ଓଡିଶା ଶିକ୍ଷା ଅମଲା ସଙ୍ଘ, ଭଦ୍ରକ ଜିଲ୍ଲାର ଅଧ୍ୟକ୍ଷ ସମ୍ବିତ ରାଉତ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମାନସ ରଞ୍ଜନ ବିଶ୍ୱାଳ, ସଭାପତି ଆଲୋକ ରଞ୍ଜନ ମୁଖାର୍ଜୀ, ଉପ-ସଭାପତି ଶୁଭ୍ରାଂଶୁ ଶେଖର ମାହୁନ୍ତ, ସମ୍ପାଦକ ଶ୍ରୀକାନ୍ତ କୁମାର ଦାଶ,ଯୁଗ୍ମ-ସମ୍ପାଦକ ସୂର୍ଯ୍ୟକାନ୍ତ ବେହେରା, ସଂଗଠନ-ସମ୍ପାଦକ ବିଭୂତି ଭୂଷଣ ପଣ୍ଡା, କୋଷାଧକ୍ଷ ଚିନ୍ମୟ କୁମାର ସେନାପତି,ଗଣ -ମାଧ୍ୟମ ସମ୍ପାଦକ ଗଙ୍ଗାଧର ରାଉତ, ସଭ୍ୟ ଗୋବର୍ଦ୍ଧନ ବାରିକ,ମିର୍ଜା ଇମତିଆଜ଼ ବାଗ, ମାନସ କୁମାର ରାୟ, ବିଶ୍ୱଜିତ ରାଉତ,ସୀତାକାନ୍ତ ଗକ୍ଷହଣ,ସଂଗ୍ରାମ କେଶରୀ ଭାରତୀ ଉପସ୍ଥିତ ରହି ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଜିଲ୍ଲା ଅମଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ୧୯୭୧ ମସିହାରୁ ଅଦ୍ୟାବଧି ଦୀର୍ଘ ୫୩ ବର୍ଷ ଧରି ୨ ପିଢ଼ିରେ କନିଷ୍ଠ ସହାୟକ ପ୍ରାୟ ୨୫/୩୦ ବର୍ଷ ଧରି ଚାକିରୀ କରି ଅବସର ନେଉଥିଲେ ମଧ୍ୟ ପଦନ୍ନୋତି ପାଇବାରୁ ବଂଚିିତ ହେଉଥିବା କଥା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୩ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପୁନଃ ଗଠନ ହୋଇଥିଲେ ମଧ୍ୟ ବରିଷ୍ଠ ସହାୟକ ତଥା ଉପବିଭାଗ ଅଧିକାରୀ ସଂଖ୍ୟାରେ କୌଣସି ବୃଦ୍ଧି କରା ନ ଯିବା ବିଷୟ ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଅମଲା ୧୯୭୧ ମସିହାରୁ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ଆସୁଥିବା କଥା ଉଲ୍ଲେଖ କରାଯାଇଥିଲା। ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଥିବା ଅମଲାଙ୍କ ଦୁଃଖ ଉପଲବ୍ଧି କରିବା ସହ ମାନନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ସରକାରଙ୍କ ନିକଟରେ ଅମଲାଙ୍କ ଉପଯୁକ୍ତ ତଥା ଯୁକ୍ତିଯୁକ୍ତ ଦାବିସମୁହ ତର୍ଜମାପୂର୍ବକ ପଦନ୍ନୋତି ଓ ଅନ୍ୟାନ୍ୟ ସମସ୍ୟାଗୁଡିକର ଆଶୁ ସମାଧାନ ନିମନ୍ତେ ସୁପାରିଶ କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.