ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ପ୍ରଦେଶ ଗଠନ ର ଇତିହାସ ହେଉଛି ଓଡିଶାର ବୀର ଓ ବୀରଙ୍ଗନା ମାନଙ୍କ ତ୍ୟାଗ ଓ ସଂଘର୍ଷ ର ଇତିହାସ । ଆମ ରାଜ୍ୟର କିଛି ଅଂଶ ଯଥା ବାଲେଶ୍ୱର, କେଉଁଝର, କଟକ ଆଦି ପୂର୍ବରୁ ବେଙ୍ଗଲ ପ୍ରେସିଡେନ୍ସି ଅଧିନରେ ଥିଲା । ଖୋର୍ଦ୍ଧା ଓ ଗଞ୍ଜାମ ଆଦି ଅଂଚଳ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିଲା । ସମ୍ବଲପୁର ଅଂଚଳ ସେଂଟ୍ରାଲ ପ୍ରେସିଡ଼େନ୍ସି ଅଧିନରେ ଥିଲା । ଆମ ରାଜ୍ୟ ଓଡିଶା ରେ ବିଭିନ୍ନ ଅଂଚଳ ଯଥା ଉତ୍କଳ, କଳିଙ୍ଗ, କୋଶଳ, ଉଡ୍ର ଆଦି ଅଂଚଳର ଉପଖଣ୍ଡ ଗୁଡିକରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ରାଜା ଶାସନ କରୁଥିଲେ ଓ ସେହି ତତ୍କାଳୀନ ରାଜା ମାନେ ଶତ୍ରୁ ରାଜାଙ୍କ ଠାରୁ ପରାସ୍ତ ହେବା ପରେ ସେହି ଅଂଚଳ ଗୁଡ଼ିକର ନାମ ମଧ୍ୟ ପରିବର୍ତନ ହୋଇଯାଉଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର, ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଓ ତତ୍କାଳୀନ ଗଜପତି ମହାରାଜା ପ୍ରମୁଖ ଙ୍କ ଲଢେଇ ଓ ଓଡିଶା ର ଅଗଣିତ ଜନତା ଙ୍କ ଓଡିଆ ଭାଷା ଆନ୍ଦୋଳନ ଯୋଗୁଁ ୧୯୩୬ ମସିହା ଅପ୍ରେଲ ପହିଲାରେ ଭାଷାଭିତିକ ରାଜ୍ୟ ସ୍ୱତନ୍ତ୍ର ଓଡିଶା ଗଠନ ହୋଇଥିଲା । ଆମ ଦେଶ ସ୍ୱାଧୀନତା ପାଇବା ପରେ କିଛି ଗଡଜାତ ଅଂଚଳ ଯଥା ନୀଳଗିରି, ଢେଙ୍କାନାଳ, ରଣପୁର ଆଦି ୧୯୪୭ ମସିହା ନଭେମ୍ବର ମାସରେ ଆମ ଓଡିଶା ସହ ମିଶି ଭାରତର ଅଂଶବିଶେଷ ହେଲା । ସେବେଠାରୁ ନବରଙ୍ଗପୁର ରୁ ବାରିପଦା, କେନ୍ଦ୍ରାପଡାରୁ ସମ୍ବଲପୁର ସାରା ଓଡିଶା ଏକ ରହିଛି ଓ ଆଗକୁ ଏକ ରହିବ ମଧ୍ୟ । ସଢେଇକଳା ଓ ଖରସୁଆଁ ଅଂଚଳ କୁ ଓଡିଶା ଅଧିନରେ ରଖିବା ପାଇଁ ଅନେକ ଆନ୍ଦୋଳନ ହୋଇଥିଲା କିନ୍ତୁ ଦୁଃଖର ବିଷୟ ସେହି ଅଂଚଳ ଓଡିଶା ର ଅଂଶବିଶେଷ ହୋଇ ରହି ପାରିନାହିଁ । ସେଥିପାଇଁ ଆମେ ଓଡିଶା ବାସୀ ମର୍ମାହତ । ରାଜ୍ୟ ସରକାର ଙ୍କ ସ୍ୱୀକୃତି ପ୍ରାପ୍ତ ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ’ ହେଉଛି ଆମ ଓଡିଆ ଜାତିର ଏକତା ଓ ଅଖଣ୍ଡତା ର ପ୍ରତୀକ ଭାବେ ପ୍ରତିଫଳିତ ହୋଇଆସିଛି । କିନ୍ତୁ ଗତ ମାର୍ଚ୍ଚ ୭ ତାରିଖ ସମ୍ବଲପୁରରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ଏକ ଆଭାସୀ ସଭାରେ ନିୟନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର ଖୋଲାଖୋଲି ଭାବେ ଯେପରି ଆମ ରାଜ୍ୟ ସଂଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ ସହ “ଆମେ ଓଡିଶା ସହ ମିଶିବା ମସ୍ତବଡ ଭୁଲ’ ବୋଲି ବିବାଦୀୟ ବୟାନ ଦେଇ ଓଡିଶା ର ଏକତା ଓ ଅଖଣ୍ଡତା ପ୍ରତି ବିପଦ ଆଣିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ପ୍ରଭାସ ମହାପାତ୍ର, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗିରିଧାରୀ ନାଥ, ମଳୟ ଭୋଇ, ବିଷ୍ଣୁ ଦାଶ, ଜୟନୁଲ ଆବେଦିନ, ରମେଶ ସାହୁ, ଗୟାଧର ସାହୁ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଖଣ୍ଡା ବୁଲାଇବା, ମହିଳା ପୋଲିସ ଅଫିସର ଙ୍କୁ ହାତ ଉଠାଇ ମାଡ ମାରିବା, ହତ୍ୟା ମକଦ୍ଦମା ସହ ୭୨ ଟି ଅପରାଧିକ ମକଦ୍ଦମା ରେ ଜଡିତ ଓଡିଶା ବିଭାଜନକାରୀ ମନ୍ତବ୍ୟ ଦେଇଥିବା ଜୟନାରାୟଣ ମିଶ୍ରଙ୍କୁ ଅବିଳମ୍ବେ ଗିରଫ କରାଯିବା କୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଦାବି କରିଛନ୍ତି । ଏହି ସଭାରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ରବି ନାୟକ ନିରବ ରହିବା ଓ ଘଟଣାର ୩ ଦିନ ପର୍ଯ୍ୟନ୍ତ ବିଜେପି ଦଳ ଏହି ଘଟଣାରେ ସ୍ପଷ୍ଟୀକରଣ ନଦେବା ଘଟଣାକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
Home ଜିଲ୍ଲା ପରିକ୍ରମା ଓଡିଶା ର ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ଜୟନାରାୟଣ...