Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଓଡିଶା ରସଗୋଲାକୁ ମିଲିଲା ଭୈାଗଳିକ ଉତ୍ପତି ମାନ୍ୟତା, ଓଡିଆ ପରିଚୟ ନେଇ ଜନତାଙ୍କ ମତ

ଓଡିଶା ରସଗୋଲାକୁ ମିଲିଲା ଭୈାଗଳିକ ଉତ୍ପତି ମାନ୍ୟତା, ଓଡିଆ ପରିଚୟ ନେଇ ଜନତାଙ୍କ ମତ

226

କୋଲାବିରା, ୩୧।୭ (ନିଶିତ କୁମାର ବହିଦାର/ଓଡିଆ ପୁଅ)ରସଗୋଲା କାହାର ଏହାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେବିବାଦ ଦେଖାଦେଇଥିଲା। ଉଭୟ ରାଜ୍ୟ ରସଗୋଲାର ଉତ୍ପତି ନିଜ ରାଜ୍ୟର ବୋଲି ଦର୍ଶାଇଥିଲେ। ରସଗୋଲାର ଉତ୍ପତିକୁ ନେଇ ଚାଳିଥିବା ଲଢେଇରେ ଶେଷରେ ଓଡିଶାକୁ ସଫଳତା ମିଳିଛି। ଚେନ୍ନାଇସ୍ଥିତ ଭୈାତିକ ସଂପତି କାର୍ଯ୍ୟାଳୟ ପକ୍ଷରୁ ଓଡିଶା ରସଗୋଲାକୁ ଭୈାତିକ ଉତ୍ପତି ମାନ୍ୟତା(ଜିଓଗ୍ରାଫିକାଲ ଇଣ୍ଡିକେସନ) ମିଳିଛି। ପ୍ରାୟ ଦେଢବର୍ଷ ପୂର୍ବେ ବାଂଗଲାର ରସଗୋଲା ଜିଆଇ ମାନ୍ୟତା ପାଇଥିବା ବେଳେ ଓଡିଶା ରସଗୋଲା ଏହାଠାରୁ ସ୍ୱାଦ ଓ ରଙ୍ଗରେ ଭିନ୍ନ ହୋଇଛି। ଗତବର୍ଷ ଫେବୃଆରି ମାସରେଓଡିଶା କ୍ଷୁଦ୍ର ଉଦ୍ୟୋଗ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତି ପକ୍ଷରୁ ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଥିଲା। ଆବେଦନ ପରେ ଏଥିରେ ଅଧିକ ସୂଚନା ପ୍ରଦାନ କରିବା ପାଇଁଜିଆଇ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ମଗାଯାଇଥିଲା। ରାଜ୍ୟ ସରକାର ୨ମାସ ସମୟ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି। ଏହାର ପ୍ରମାଣପତ୍ର ସଂଖ୍ୟା ୩୪୫ ରହିଛି।ଏହି ମାନ୍ୟତା ଆସନ୍ତା ୧୦ ବର୍ଷ ପାଇଁ ବୈଧ ରହିବ। ଜିଆଇ ଟ୍ୟାଗ ମିଳିବା ପରେ ବିଭିନ୍ନ ମହଳରେ ଆନନ୍ଦ ପ୍ରକାଶ ପାଇଥବା ବେଳେ ଓଡିଶାର ରସଗୋଲା ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ଆଶାର ସଂଚାର ହୋଇଛି। ରାଜ୍ୟବାସୀଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଜନ ଜୀବନ ଉପରେ କି ପ୍ରଭାବ ପକେଇବ ସେ ନେଇ କେତେଜଣଙ୍କ ମତ।

୧-ଓଡିଶାର ରସଗୋଲା ଦେଶର ଅନ୍ୟାନ୍ୟ ସ୍ଥାନରେ ଉତ୍ପାଦିତ ହେଉଥିବା ରସଗୋଲାଠାରୁ ସଂପୂର୍ଣ୍ଣ ଭିନ୍ନ ଏବଂ ସ୍ୱତନ୍ତ୍ର। ସ୍ୱାଭିମାନ ଲଢେଇରେ ଓଡିଆଙ୍କ ବିଜୟ ହୋଇଛି। ମୁକ୍ତ କଣ୍ଠରେ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗକୁ କୃତଜ୍ଞତା ଜଣାଉଛୁ। ସେମାନଙ୍କ ବଳିଷ୍ଠ ତଥ୍ୟ ଓ ପ୍ରମାଣ ବଳରେ ଅଅଜି ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିପାରିଛି। (ତୁଲେଶ୍ୱର ପଟେଲ, ଶିକ୍ଷାବିତ ତଥା ସମାଲୋଚକ, ସମାସିଂହା)

୨- ଆମ ରସଗୋଲାଗୁ ନିଜର ଦର୍ଶାଇବାକୁ ପଶ୍ଚିମବଙ୍ଗର ଷଡଯନ୍ତ୍ର କରି ୨୦୧୫ରୁ ଜିଆଇ ଟ୍ୟାଗ ମାନ୍ୟତା ପାଇବାକୁ ଉଦ୍ୟମ କରିଥିଲା। ବର୍ତମାନ ଆମ ବୈାଦ୍ଧିକ ସମ୍ପକୁ ଜିଆଇ ମାନ୍ୟତା ମିଲିପାରିଛି। ଏହା ଏକ ବଡ ଖୁସିର ବିଷୟ। ଓଡିଶାର ରସଗୋଲାର ପ୍ରସ୍ତୁତି ଯେମିତି ଭିନ୍ନ, ଠିକ୍ ସେମିତି ସ୍ୱାଦ ମଧ୍ୟ। (ଖଗେଶ୍ୱର ଛଛାନ, ଆଇନଜୀବୀ, ଅଏତାପଡା, ବଡବାହାଲ)

୩-ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ। ରସଗୋଲାକୁ ପ୍ରମାଣ ମିଲିଛି।ଏ ଖବର ପ୍ରସାରିତ ହେବା ପରେ ବେଶ୍ ଆନନ୍ଦ ଅନୁଭବ ହେଉଛି। ରସଗୋଲା ଉତ୍ପତିର ଇତିହାସ ଓଡିଶାରେ ବୁ ପ୍ରାଚୀନ। ଆମ ସଂସ୍କୃତି ସହ ରସଗୋଲାର ରହିଛି ନିବିଡ ସମ୍ପର୍କ। ଜଗନ୍ନାଥଙ୍କ ନିଲାଦ୍ରୀ ବିଜେ ସମୟରେ ମହାପ୍ରଭୁ ଦେବୀ ଲକ୍ଷ୍ମୀଙ୍କୁ ଏହି ରସଗୋଲା ଦେଇ ମାନ ଭଞନ କରିଥାନ୍ତି। (ସରେନ୍ଦ୍ର ଟଣକାର, ହୋଟେଲ ବ୍ୟବସାୟୀ, ସକୁନ୍ତଲା ହୋଟେଲ, କୋଲାବିରା)

୪-ଏକ ନିର୍ଦ୍ଧିଷ୍ଟ ଜାତି କିମ୍ବ ସ୍ଥାନରେ ଉତ୍ପତି ହୋଇଥିବା ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥାଏ। ଅଇନ ଅନୁସାରେ ଏକ ନିର୍ଦ୍ଧିଷ୍ଟ ରାଜ୍ୟ, ଅଂଚଳରେ ଉତ୍ପତାଦିତ ସାମଗ୍ରୀକୁ ଟ୍ରେଡମାର୍କ ପ୍ରମାଣପତ୍ରଭଳି ଝିଆଇ ପ୍ରମାଣପତ୍ର ଦିଆଯାଏ। ଏବେ ଓଡିଶାକୁ ଏ ମାନ୍ୟତା ମିଳିବା ପରେ ଆମ ରାଜ୍ୟର ରସଗୋଲା ମଧ୍ୟ ବିଦେଶରେ ଆଦୃତ ହୋଇପାରିବ। ଏହା ଅତ୍ୟନ୍ତ ସୁଖଦ ଖବର। ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ଆନନ୍ଦର ବିଷୟ।(ଅରୁଣ କୁମାର ବେହେରା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣି ସଦସ୍ୟ)

୫- ଓଡିଶା ରସଗୋଲାର ନୂଆଁ ପରିଚୟ ସୃଷ୍ଟି ହୋଇଛି। ନୂଆଁ ପରିଚୟ ମିଳିଛି। ଓଡିଆ ଭାବେମୁଁ ଉଥିପାଇଁ ଗର୍ବ କରୁଛି। ଯେଉଁମାନେ ଜାଣିପାରୁନଥିଲେ ରସଗୋଲା ଓଡିଶାର ବୋଲି ସେମାନେ ଏବେ ଜାଣି ପାରିବେ। ଓଡିଶା ନିଜର ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ଏବଂ ଓଡିଆମାନେ ଖାଦ୍ୟପ୍ରେମୀଭାବେ ଜଣାଶୁଣା। ଯାହାହେଇ ସରକାର ଏକ ପାରମ୍ପାରିକ ଓ ସର୍ବପୁରାତନ ଓଡିଆ ଖାଦ୍ୟକୁ ଏହାର ପ୍ରାପ୍ୟ ସମ୍ମାନ ଦେଇଛନ୍ତି। (ନିଶିତ କୁମାର ବହିଦାର, ହୋଟେଲ ବ୍ୟବସାୟୀ, ହୋଟେଲ ଅସିତ, କୋଲାବିରା)

୬-ବିଲମ୍ବରେ ହେଉ ପଛେ ଓଡିଶା ରସଗୋଲାକୁ ମାନ୍ୟତା ମିଳିଛି। ଓଡିଶାବାସୀଙ୍କ ପାଇଁ ଏହା ଖୁସିର ବିଷୟ। ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ଖବର କୋଟି କୋଟି ଓଡିଆଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଲାଇଦେଇଛି। ଜିଆଇ ଟ୍ୟାଗ ମଧ୍ୟରେ ଓଡିଶାର ରସଗୋଲା ବ୍ୟତିତ ଆହୁରି ୧୭ଟି ଉତ୍ପଦ ଏହା ମଧ୍ୟରେ ରହିଛି। ପୂର୍ବରୁ ଓଡିଶାର କୋଟପାଡ ଶାଢୀ, କୋଣାର୍କ ପଥର ଖୋଦେଇ, ଓଡିଶା ପଟ୍ଟଚିତ୍ର, ପିପଲି ଚାନ୍ଦୁଆ, ଖଣ୍ଡଆ ପାଟ, ଗୋପାଲପୁର ଟସର କପଡା, ସମ୍ବଲପୁରୀ ବାନ୍ଧ, ବୋମକାଇ ଶାଢି, ବ୍ରହ୍ମପୁର ପାଟ, କନ୍ଧମାଲ ହଲଦି ଆଦିକୁ ଜିଆଇ ମାନ୍ୟତା ମିଳି ସାରିଛି। (ପ୍ରଜ୍ଞାସୈାରଭ ଶୋଭାଚନ୍ଦ୍ର ନାଏକ, ସଭାପତି ସମଲେଶ୍ୱରୀ ସାହିତ୍ୟ ସଂସଦ କୋଲାବିରା)

୭-ରସଗୋଲା ତ ରସଗୋଲା ଖାଇବାରେ ବେସ ସୁସ୍ୱାଦୁ। ଏହାକୁ ନେଇ ଏତେ ବାଦବିବାଦ କାହିଁକି? ସେ ପଶ୍ଚିମବଙ୍ଗର ନାମକରା ହେଉ ଅବା ଓଡିଶାର ଉତ୍ପତି ରସଗୋଲା ସମତୁଲ୍ୟ ଅନ୍ୟ କଉ ମିଷ୍ଟାନ୍ନ ନାହିଁ। ବଡ ଠାକୁରଙ୍କ ମହାପ୍ରସାଦ ଲାଗି ଠାରୁ ସମସ୍ତ ବର୍ଗର ଜନସାଧାରଣଙ୍କ ପ୍ରିୟ ରସଗୋଲା।(ପ୍ରଦ୍ୟୁମ୍ନ ପୁରୋହିତ, ସମାଜସେବୀ, କୋଲାବିରା)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.