Home ଓଡ଼ିଶା ଓଡିଶା ମୁସଲିମ ରିଜର୍ଭବେସନ ମୁଭମେଂଟ ପକ୍ଷରୁ କରୋନା ଭୂତାଣୁ ସମ୍ପର୍କୀତ ସଚେତନତା ଶିବିର

ଓଡିଶା ମୁସଲିମ ରିଜର୍ଭବେସନ ମୁଭମେଂଟ ପକ୍ଷରୁ କରୋନା ଭୂତାଣୁ ସମ୍ପର୍କୀତ ସଚେତନତା ଶିବିର

410

କେନ୍ଦ୍ରାପଡା ୧୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ମୁସଲିମ ରିଜର୍ଭବେସନ ମୁଭମେଂଟ ପକ୍ଷରୁ କରୋନା ଭୂତାଣୁ ସମ୍ପର୍କୀତ ସଚେତନତା ଶିବିର ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ବିଭିନ୍ନ ଛକ ଓ ବସ୍ତି ଗୁଡିକରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ମୁସଲିମ ରିଜର୍ଭବେସନ ମୁଭମେଂଟର ଅଧ୍ୟକ୍ଷ ଡା. ସାମି ସଲିମଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କୁ ମାସ୍କ ବଂଟନ କରାଯିବା ସହ କିଭଳି କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇପାରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲିମ ଖାନ, ସେକ ଲିଆକତ(ନସରୁ), ସେକ ସବିର, ସେକ ନସିମୁଦ୍ଦିନ, ସେକ ମେହେବୁବ, ସଇଦୁର ରହେମନ, ଚାନ୍ଦ ଖାନ, ଗୁଡନ ଖାନ, ସାବିର ଖାନ, ପୂର୍ଣ୍ଣଚନ୍ଦ୍ର ଭଦ୍ର, ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ଦୟାନିଧି ମର୍ଦ୍ଦରାଜ, ସୁଧିର ବେହେରା, ସେକ ଫାୟାଜୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରିବା ସହ ୫ହଜାର ମେଡିକେଟେଡ ମାସ୍କ ବଂଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.