କୋରାପୁଟ ୧୫-୦୨(ଓଡିଆ ପୁଅ /ରଂଜନ ଦାସ) ପେଟ୍ରୋଲ ,ଡିଜେଲ ,ଗ୍ୟାସ ଓ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରେଧ କରି ରାଜ୍ୟ କଂଗ୍ରେସ ଡାକରା ଦେଇଥିବା ୬ ଘଂଟିଆ ଓଡିଶା ବନ୍ଦ କୋରାପୁଟ ଜିଲ୍ଲାରେ ସମ୍ପୂର୍ଣ ସଫଳ ହୋଇଛି । ବନ୍ଦ ପ୍ରଭାବରେ ସମଗ୍ର ଜିଲ୍ଲାରେ ଦୋକାନ ବଜାର ଓ ଗାଡି ଚଲାଚଳ ବନ୍ଦ ରହିଥିବାବେଳେ କେନ୍ଦ୍ର ସରକାରୀ ଅଫିସ ଓ ବ୍ୟାଙ୍କ ଗୁଡିକ ମଧ୍ୟ ଅପରାହ୍ନ ଗୋଟାଏ ଯାଏ ବନ୍ଦ ରହିଥିଲା । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଶ୍ରମିକ ଓ କୃଷକ ବିରୋଧି ନୀତିକୁ ମଧ୍ୟ ବିରୋଦ୍ଧ କରି ମୋଦି ସରକାର ବିରୁଦ୍ଧରେ କଂଗ୍ରେସ କର୍ମୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ସଦର ମହକୁମାରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପିକେଟିଂ କରାଯାଇ ନ୍ଦକୁ ସଫଳ କରାଯାଇଥିବା ବେଳେ କୋରାପୁଟ ବିଧାୟକ ପ୍ରାର୍ଥୀ କଂଗ୍ରେସନେତା କୃଷ୍ଣ କୁଳଦୀପ,ପୂର୍ବତନ ବିଧାୟକ ନିମାଇଁ ସରକାର,ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି,ସାଂସଦଙ୍କ ପ୍ରତିନିଧି ବାବୁଲା ବେନ୍ୟା,ଜଗଦିଶ ଖୋସ୍ଲା,ଆଇଏନଟିୟୁସିର ଜିଲ୍ଲା ସଭାପତି ଭଗବାନ ବାହିନୀପତି,କଂଗ୍ରେସ ନେତା ଗୋପିନାଥ ପଲେଇ,ରମେଶ ବାଙ୍କିଆ,ବିଜୟ କୁମାର ରାଓ, ରମେଶ ଖରା ,ଚନ୍ଦ୍ରପ୍ରଭା ହିଆଲ ପ୍ରମୁଖ ତେନ୍ତୁଳି ଗଛ ଟ୍ରାଫିକ ଛକ ନିକଟରେ ରାଜପଥ ଅବରୋଧ କରି ବିରୋଦ୍ଧ କରିଥିଲେ । ଜୟପୁରରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ବନ୍ଦ ପାଳନ କରାଇଥିଲେ । ଦଳୀୟ କର୍ମୀ ଓ ନେତା ୨୬ନଂ ଜାତୀୟ ରାଜପଥର ମେନ ଟ୍ରାଫିକଛକ,ଗାନ୍ଧି ଛକ,ଓ ଅନ୍ୟାନ୍ୟ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରି ଅଫିସ ଓ ବ୍ୟାଙ୍କ ବନ୍ଦ କରିଥିଲେ । ସେହିପରି ସେମିଲିଗୁଡା ଓ ପଟ୍ଟାଙ୍ଗୀ ରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୟରେ ବନ୍ଦ ପାଳନ କରାଯାଇଥିବା ବେଳେ ଲକ୍ଷ୍ମିପୁରରେ ପୂର୍ବତନ ବିଧାୟକ କୈଳାସ କୁଲସିକାଙ୍କ ନେତୃତ୍ୟରେ ବନ୍ଦ ପାଳନ କରାଯାଇଥିଲା ।