ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮- ରାଜ୍ୟ ସରକାର ଓଡିଶା ର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ବିଭିନ୍ନ ଯୋଜନା କରିଚାଲିଛନ୍ତି । କିନ୍ତୁ ଅନେକ ପର୍ଯ୍ୟଟନ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହି ଯାଉଛି । ସେଭଳି ଏକ ପର୍ଯ୍ୟଟନ କେନ୍ଦ୍ର ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ନିକଟ କୋଟଗଡ ଗୁମ୍ଫା । ଯେଉଁଠାରେ ସନ୍ଥ ଭକ୍ତ ଚରଣ ଦାସ ସାଧନା କରି ମନବୋଧ ଚଉତିଶା ଲେଖିଥିଲେ । ତାହସ୍ତ ଲିଖିତ କାଠ ଅକ୍ଷର ଛାପା ଏହି ଲେଖା ଭାଷା ଆନ୍ଦୋଳନ ସମୟରେ ଓଡିଆ ଭାଷା କୁ ଭାଷାର ମାନ୍ୟତା ପ୍ରଦାନ କରିଥିଲା ।
ସେହି ଗୁମ୍ଫା ରେ ଅନେକ କିମ୍ବଦନ୍ତୀ ଲୁଚି ରହିଛି । ଅନେକ ସାଦ୍ଧୁ ମାନେ ଏବେବି ସେଠାରେ ସାଧନା କରୁଛନ୍ତି । କିନ୍ତୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ନଥିବା ଯୋଗୁଁ ଏହି ଗୁମ୍ଫା ଅବହେଳିତ ଭାବରେ ରହିଅଛି । ପର୍ଯ୍ୟଟନ ମାନଚିତ୍ର ରେ ଏହି ଗୁମ୍ଫା କୁ ସ୍ଥାନିତ କରି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଲେ ଏହି କ୍ଷେତ୍ର ର ଉନ୍ନତି ହେବା ସଙ୍ଗେ ସଙ୍ଗେ ଅନେକ କିମ୍ବଦନ୍ତୀ ଓଡିଆ ଭାଷା ସାହିତ୍ୟ କୁ ୠଦ୍ଧି ମନ୍ତ ହେବ ବୋଲି ସଚ୍ଚିକାନ୍ତ ସଢଙ୍ଗୀ କହିଛନ୍ତି ।