ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ। ନାରୀ ଶକ୍ତିମୟୀ,ନାରୀ ପାଖରେ ତିନୋଟି ଶକ୍ତି ଅଛି, ସେ ସମ୍ମାନର ଅଧିକାରିଣୀ। ସେ ଆଜି ପୁରୁଷ ସହ ସମସ୍କନ୍ଧ ହୋଇ ଋତୁଙ୍ଗ ଶିଖର ଛୁଇଁବା ସହ ଯୁଦ୍ଧ ବିମାନର ସଫଳ ଚାଳିକା ହୋଇପାରିଛି। ଉଦ୍ୟୋଗ ଜଗତରେ ସଫଳତା ହାସଲ କରିବା ସହ କଳା, ଭାସ୍କର୍ଯ୍ୟ ଓ ଗବେଷଣା କ୍ଷେତ୍ରରେ ସେ ବେଶ ନିପୁଣା। ଘର ସମ୍ଭାଳିବାରେ ମଧ୍ୟ ନାରୀ ବେଶ ପାରଙ୍ଗମ । କେବଳ ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ରରେ ନୁହେଁ ସବୁ କ୍ଷେତ୍ରରେ ନାରୀ ଆଜି ଗୌରବ ଆଣିପାରିଛି ବୋଲି ଜିଲ୍ଲା ସଂସ୍କୃତି ଭବନରେ ଓଡିଶା ତେଜସ୍ୱିନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଗତକାଲି ସନ୍ଧ୍ୟାରେ ସଂଗଠନ ର ମାର୍ଗ ଦର୍ଶକ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଦିଲୀପ ରାଉତ ରାଏ ଯୋଗଦେଇ ଉତ୍ସବ କୁ ଆନୁଷ୍ଠାନିକ ଉଦଘାଟନ କରିବା ସହିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ ସାହିତ୍ୟିକା ତଥା ସମାଜସେବୀ ପ୍ରୀତି ରାଉତରାୟଏ କହିଲେ ଭଗବାନଙ୍କ ସୃଷ୍ଟିରେ ନାରୀ ଏକ ଅନବଦ୍ୟ ସୃଷ୍ଟି ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଲେ ନାରୀ ହେଉଛି ସବୁଠି ପୂଜନୀୟ ଓ ତାର ସ୍ଥିତି, ପରିଚିତି ଓ ଜୀବନ ପ୍ରବାହ ହିଁ ସାମଗ୍ରୀକ ଭାବେ ଏକ ସମାଜର ପରିଚୟ । ଅନାଦି କାଳରୁ ନାରୀର ଭୂମିକା ବେଶ୍ ସ୍ପଷ୍ଟ କ୍ଷବରେଣ୍ୟ ବକ୍ତା ପ୍ରାଧ୍ୟାପକ ଭାନୁମତି ମାଟିଆ କହିଲେ ନାରୀ ସର୍ବଦା ନମସ୍ୟ,ପୂଜନୀୟ ଓ ବନ୍ଦନୀୟ ନାରୀ ହେଉଛି ଅର୍ଥ ଓ ଅନର୍ଥ ର ମୂଳ କାରଣ, ବାବା ଆଖଣ୍ଡଳମଣି କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର କହିଲେ ନାରୀଙ୍କୁ ନୂଆ ନୂଆ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ୁଛି । ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରଂଜିତା ସ୍ୱାଇଁ କହିଲେ ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ସମାନତା ଦେବା ସହ ନାରୀ ହିଂସାରୁ ମୁକ୍ତ କରିବା, ସୁରକ୍ଷା ଦେବା ଆଜି ବି ସମାଜ ପାଇଁ ଆହ୍ୱାନ ହୋଇ ରହିଛି । ସଂଗଠନ ର ସଭାପତି କଳ୍ପନା ଜେନା ଦିବସ ପାଳନର ଆଭିମୁଖ୍ୟ ଓ ଉଦେଶ୍ୟ ଜଣାଇଥଲେ। ଉପସଭାପତି ମନୋରମା ରାୟ ମଂଚ ଆମନ୍ତ୍ରଣ, ସମ୍ପାଦକ ଅଞ୍ଜନା ମିଶ୍ର ସମ୍ପାଦକୀୟ ବିବରଣୀ ପାଠ,ଉପଦେଷ୍ଟା ଜାନକୀ ପାଢ଼ୀ ସ୍ୱାଗତ ଭାଷଣ ଓ ଉପସଭାପତି ଚଇତାଳି ଖିଲାର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଂସ୍କୃତିକ ସମ୍ପାଦିକା ରିଚିସ୍ମିତା ମହାନ୍ତି ସଂଯୋଜନାରେ ଏହି ଦିବସ ପାଳନ ପୂର୍ବରୁ ଉତ୍ସବ ଡ୍ୟାନ୍ସ ଗ୍ରୁପ ପିଲାମାନଙ୍କମଧ୍ୟରେ ନୃତ୍ୟ ପରିବେଷଣ କରାଇଥିଲେ ଅନୁଷ୍ଠିତ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଉତ ରାଏ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଓ ସଂଗଠନ ପକ୍ଷରୁ ପ୍ରଥମ ମହିଳା ସମ୍ବର୍ଦ୍ଧିତ ପ୍ରତିଭାଭାବେ ସମାଜସେବୀ ତଥା ସଂସ୍କୃତି ପ୍ରେମୀ ପ୍ରୀତି ରାଉତରାଏ ଙ୍କୁ ସମ୍ବର୍ଦ୍ଧିତ କରିବା ପରେ ପୁଲିସ୍ ଇନିସପେକ୍ଟର ମୋନାଲିସା କର,ମହିଳା ସ୍ୱାସ୍ଥ୍ୟ ସେବିକା ମାନସୀ କୁଅଁର, ନିରୁପମା ଦାଶ, ସୁକାନ୍ତି ବାରିକ, ସ୍ୱର୍ଣ୍ଣଲତା ପତି ,ଖବରଦାତା ସଂଯୁକ୍ତା ମହାନ୍ତି, ସୁମତି ପଣ୍ଡା,ଆଇନଜୀବୀ ଅଞ୍ଜୁବାଳା ରାଉତ, ଜଗା ଚାକର ସଂଘ ର ସଂଯୋଜିକା ସୁପ୍ରଭା ମିଶ୍ର, ଚିତ୍ର ଶିଳ୍ପୀ ଅନିମା ପତି, କବୟତ୍ରୀ ତପସ୍ୱିନୀ ମହାପାତ୍ର ପ୍ରମୁଖ ଙ୍କ ସମେତ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Home ଜିଲ୍ଲା ପରିକ୍ରମା ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ, ‘ମହିଳା ସଶକ୍ତ ହେଲେ...