Home କୋରାପୁଟ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ କୋରାପୁଟ ଗସ୍ତ

ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ କୋରାପୁଟ ଗସ୍ତ

76

କୋରାପୁଟ ୧୪-୦୨(ଓଡିଆ ପୁଅ / ରଂଜନ ଦାସ)ଓଡିଶା କାଜୁ ଉନ୍ନୟନ  ନିଗମ ଲିମିଟେଡର ଅଧ୍ୟକ୍ଷ  ଅମରେନ୍ଦ୍ର ଦାସ  ଏବଂ ଓଡିଶା କୃଷି ଶିଳ୍ପ ନିଗମ ତଥା ଓଡିଶା କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଦଶମନ୍ତପୁର ବ୍ଲକର ଆଡମୁଣ୍ଡା ମାଲକାନଗିରି ପଂଚାୟତର ଗୈାଡଗୁଡା ଓ  ମାଳିବିଶାଳି ଗ୍ରାମରେ ଜଳନିଧି-୨ ଯୋଜନା ଅନ୍ତର୍ଗତ ବ୍ୟକ୍ତିଗତ କ୍ଷୁଦ୍ର  ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।ପ୍ରକଳ୍ପଟି ନାବାର୍ଡ ସହାୟତାରେ ଓଡିଶା ସରକାରଙ୍କ କୃଷି ବିଭାଗ ଅଧିନସ୍ଥ ଓଡିଶା କୃଷି ଶିଳ୍ପ ନିଗମ କୋରାପୁଟଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ୩୦ ଏକର ଚାଷ ଜମିରେ ଜଳସେଚନ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । ଏହି ପ୍ରକଳ୍ପ ଦ୍ୱାରା ୬ ଜଣ ହିତାଧିକାରୀ  ପ୍ରତ୍ୟକ୍ଷ ଭାବେ ଉପକୃତ ହେଉଥିବା ବେଳେ ପରୋକ୍ଷରେ ପ୍ରାୟ ୨୦ ପରିବାର ଉପକୃତ  ହେବେ ବୋଲି ଜଣାପଡିଛି । ଏହି ଗସ୍ତ ସମୟରେ କୋରାପୁଟ  କୃଷି ଶିଳ୍ପ ନିଗମର କନିଷ୍ଠ ଯନ୍ତ୍ରୀ ସୁବୋଧ କୁମାର ଦାସଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.