Home ଜିଲ୍ଲା ପରିକ୍ରମା ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆରୋହଣ ୧. ୦ ପାଳିତ

ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆରୋହଣ ୧. ୦ ପାଳିତ

7

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଅବସ୍ଥା ପିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଆରୋହଣ ୧. ୦ ମହା ସମାରୋହରେ ପାଳିତ ହୋଇ ଯାଇଛି। ହୋଇଥିବା ସଭାରେ ବିଦ୍ୟାଳୟର ଭାର ପ୍ରାପ୍ତ ଅଧକ୍ଷ ଗଙ୍ଗାଧର ସାହୁ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଚହସିଲଦାର ଭବଚୋଷ ମଲ୍ଲିକ ଏବଂ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଥିଲେ ଚାନ୍ଦବାଲି ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଲକ୍ଷ୍ମୀକାନ୍ତ ମହାରଣା । ଏଥିରେ ପିଲାମାନଙ୍କୁ ମୁଖ୍ୟ ଅତିଥି ଉଦବୋଧନ ଦେବା ସହିତ ଜଣେ ଉତ୍ତମ ଛାତ୍ର ରୁ ରତ୍ତମ ନାଗରିକ ହୋଇ ସାମାଜିକ କଲ୍ୟାଣ ଓ ଦେଶସେବାରେ ମନୋନିବେଶ କରିବା ପାଇଁ ଉପଦେଶ ଦେଇଥିଲେ, ତା ସହିତ ସମ୍ମାନନୀୟ ଅତିଥି ଉତ୍ତମ ଚରିତ୍ର ଏବଂ ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ବଢିବେ ଅତି ସୁନ୍ଦର ଭାବରେ ବୁଝାଇଥିଲେ ।ଭାର ପ୍ରାପ୍ତ ଅଧକ୍ଷ ଗଙ୍ଗାଧର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ପିଲା ମାନଙ୍କୁ ସୁନ୍ଦର ଏବଂ ଚରିତ୍ର ବାନ ହୋଇ ଭବିଷ୍ୟତ ଗଢ଼ିବା ପାଇଁ ସୁନ୍ଦର ଭାବରେ ବୁଝାଇଥିଲେ। ବିଦ୍ୟାଳୟର କଳା ଶିକ୍ଷକ ଅଭିନାଶ ଦାସ ଙ୍କ ପୌରହିତ୍ୟରେ ପିଲା ମାନଙ୍କ ଦ୍ୱାରା ପ୍ରସ୍ତରୁ ଏକ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ ।ଶେଷରେ ପିଲା ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ମଙ୍ଗଲ୍ ସିଂ। ଏହି ଉତ୍ସବ ମଞ୍ଚ ପରିଚାଳନା କରିଥିଲେ ଭବତୋଷ ବେହେରା, ବିକାଶ କୁମାର ନାୟକ ଓ ଅନନ୍ୟା ସାହୁ। ସହଯୋଗ କରିଥିଲେ ଏସ୍ କେ ସଜତ, ଚନ୍ଦ୍ରକାନ୍ତ ଦାସ, ଗାୟତ୍ରୀ ଧଲ୍‌, ମନସ୍ୱିନୀ ପଣ୍ଡା, ଶୁଭ୍ରାଂଜଳି ସେନାପତି, ଉତ୍କଳ ଜେନା, ଗୌରିଶଙ୍କର ନାୟକ, ଅଶୋକ ପୋଲାଇ, ବିକ୍ରମ କେଶରୀ ନାୟକ ଓ ଅମରେଶ ମାହୁନ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.