ଭୁବନେଶ୍ୱର ୩୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୨୦୧୯ ର ସ୍ୱତନ୍ତ୍ର ଅପରେସନ ମେଡାଲ ଓଡିଶାର ୨୫ ପୁଲିସ କର୍ମଚାରୀଙ୍କୁ ମିଳିବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିବା ସୂଚନା ମିଳିଛି। ମାଓ ମୁକାବିଲା କ୍ଷେତ୍ରରେ ଏହି ପୁଲିସ କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ଅପରେସନ ମେଡାଲ ପାଇଁ ମନୋନିତ କରାଯାଇଛ। ଏହି ୨୫ ଜଣିଆ ତାଲିକାରେ ସମ୍ବଲପୁର ଏସପି କନୱାର ବିଶ୍ବାଳ ସିଂହଙ୍କ ନାମ ମଧ୍ୟ ସାମିଲ ରହିଛି।