Home ଓଡ଼ିଶା ଓଡିଶାର ଜିଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଗୁଡିକରୁ ଆୟକର ଟିକସ କଟିବ ନାହିଁ ରାଜ୍ୟ...

ଓଡିଶାର ଜିଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଗୁଡିକରୁ ଆୟକର ଟିକସ କଟିବ ନାହିଁ ରାଜ୍ୟ ସଭା ସଦସ୍ୟ ଡଃ ଅମର ପଟ୍ଟନାୟକ ପ୍ରସ୍ତାବକୁ କେନ୍ଦ୍ରର ସ୍ୱୀକୃତି ପ୍ରଦାନ

165

ଭୁବନେଶ୍ୱର: ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗେଜେଟ୍ ଅଫ୍ ଇଣ୍ଡିଆ, ଓଡିଶାର ଜିଲ୍ଲା ଖଣିଜ ପାଣ୍ଠିଗୁଡିକୁ ଆଶାନ୍ୱିତ ଆଶ୍ୱସ୍ତି ପ୍ରଦାନ କରିଛି। ଏହା ହେଉଛି ଏକ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଏକ ସମ୍ମିଳିତ ଉଦ୍ୟମର ପରିମାଣ।

ଓଡିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱାରା ଗତବର୍ଷ ଅକ୍ଟୋବର ୩ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ୪ଡିସେମ୍ବର ୨୦୧୯ ଦିନ ରାଜ୍ୟସଭା ସଦସ୍ୟ ଡଃ ଅମର ପଟ୍ଟନାୟକ ସଂସଦର ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଓ ଖଣିଜ ମନ୍ତ୍ରାଳୟ ସହ ଏ ସଂକ୍ରାନ୍ତରେ ପତ୍ର ବିନିମୟ ମଧ୍ୟ ହୋଇଥିଲା।

ଏହି ବିଷୟରେ ଡଃ ଅମର ପଟ୍ଟନାୟକ କହିଲେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଫଳରେ ଜିଲ୍ଲା ଖଣିଜ ପାଣ୍ଠି ଗୁଡିକୁ ନିଜ ନିଜ ଖଣି ଅଂଚଳରେ ବିଭିନ୍ନ ପ୍ରକାରର ସାମାଜିକ, ଅର୍ଥନୈତିକ ଓ ପରିବେଶ ସମ୍ବନ୍ଧୀୟ ବିକାଶ ମୂଳକ କାର୍ଯ୍ୟ ସବୁ କରିବା ପାଇଁ ଅନେକ ସୁଯୋଗ ପାଇପାରିବେ। ଓଡିଶାରୁ ରପ୍ତାନୀ ହେଉଥିବା ବିଭିନ୍ନ ଖଣିଜ ପଦାର୍ଥ ଦ୍ୱାରା ସାରାଦେଶ ଉପକୃତ ହେଉଥିବା ବେଳେ ସ୍ଥାନୀୟ ଓଡିଶାବାସୀ ଖଣି ସମ୍ବନ୍ଧୀୟ ଅସୁବିଧାଗୁଡିକର ସମ୍ମୁଖୀନ ହେଉଛନ୍ତି। ଲୋକ ମାନଙ୍କର ଏହି ଅସୁବିଧା ସବୁକୁ ଦୂରକରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଗଠନ କରାଯାଇଥିଲା।

କିନ୍ତୁ ଏହି ସମସ୍ତ ସଂସ୍ଥାକୁ ଟିକସରେ କୌଣସି ରିହାତି ପ୍ରଦାନ କରାଯାଇନଥିଲା। ତେଣୁ କୌଣସି ବଡ ଧରଣର ସାମାଜିକ ଅଥବା ଅର୍ଥନୈତିକ ବିକାଶମୂଳକ ପ୍ରକଳ୍ପ କରିବା ପାଇଁ ଅର୍ଥର ଅଭାବ ରହିବା ସହ ଏହି ସଂସ୍ଥାଗୁଡିକର ଦକ୍ଷତା ହ୍ରାସ ପାଉଥିଲା।

ଏହା ହିଁ ମୁଖ୍ୟ କାରଣ ଯାହା ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ଲଢାଇ ଜାରି ରଖିଥିଲେ। ମୁଁ ମଧ୍ୟ ସଂସଦରେ ସ୍ୱର ଉତୋଳନ କରିଥିଲି ଏବଂ ଆୟକର ଏବଂ ଅନ୍ୟାନ୍ୟ କର ସବୁ ସମାପ୍ତ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଥିଲି। ଖଣିଜ ମନ୍ତ୍ରାଳୟ ସହ ମଧ୍ୟ ଯୋଗାଯୋଗ କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ଜଣାଇଥିଲି।

ଏହା ଖୁବ୍ ଆନନ୍ଦର ବିଷୟ ଯେ ଭାରତ ସରକାର ବର୍ତମାନ ସମସ୍ତ ଜିଲ୍ଲା ଖଣିଜ ପାଣ୍ଠିଗୁଡିକୁ ଆଉ ଆୟକର ଦେବାକୁ ପଡିବ ନାହିଁ। ଏହା ହଜାର କୋଟିରୁ ଉର୍ଦ୍ଧ୍ୱ ଖଜଣା ସଂଚୟ କରାଇବା ସହ ଏହାର ମୁଖ୍ୟ ଅଂଶ ରାଜ୍ୟର ବ୍ୟବହୃତ ହେବ। ତତ୍ ସହିତ ଅବ୍ୟବହୃତ ସଂଚୟ ଉପରେ ବର୍ଷକୁ ୧୫୦କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସୁଧ ମଧ୍ୟ ମିଳିବ।

ଏହା ଆମ ପାଇଁ ଏକ ବଡ ବିଜୟ ଏବଂ ଏଥିôôôପାଇଁ ଆମର ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ଅବିଶ୍ରାନ୍ତ ଅବଦାନ ନିମନ୍ତେ ଏହା ସମ୍ଭବପର ହୋଇପାରିଥିବାରୁ ମୁଁ ଅଭିନନ୍ଦନ ଜଣାଉଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.