Home ଓଡ଼ିଶା ଓଡିଶାରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ: ଦୃଢ ସଂଗଠନ ଲୋକଙ୍କ ବିଶ୍ୱାସ...

ଓଡିଶାରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ: ଦୃଢ ସଂଗଠନ ଲୋକଙ୍କ ବିଶ୍ୱାସ ଜିତିବ – ଧର୍ମେନ୍ଦ୍ର ପ୍ରଧାନ

516

– ୩୭ ହଜାର ବୁଥରେ ଦଳ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ
– ବିଜେପି ୨୧ ଲୋକସଭା ଓ ବିଧାନସଭା ୧୨୦+ ମିଶନ ପୂରା କରିବାକୁ ହେଲେ ରାଜ୍ୟରେ ସଦସ୍ୟ ସଂଖ୍ୟା ୫୦ ଲକ୍ଷରେ ପହଁଚେଇବାକୁ ହେବ
– ରାଜ୍ୟରେ ବିଜେପି ସରକାର ଆଣିବା ପାଇଁ ଦେଢ କୋଟି ଲୋକଙ୍କ ସମର୍ଥନ ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ
– ୩୬ ଲକ୍ଷ ସଦସ୍ୟତାଙ୍କ ପାଇଁ ଓଡିଶାରେ ବିଜେପିକୁ ପାଖାପାଖି ୧ କୋଟି ଭୋଟ ମିଳିଥିଲା

ଭୁବନେଶ୍ୱର, ଜୁଲାଇ ୦୬ (ଓଡ଼ିଆ ପୁଅ) – ଦୃଢ ସଂଗଠନ ମାଧ୍ୟମରେ ଓଡିଶାବାସୀଙ୍କ ବିଶ୍ୱାସ ଜିତି ହେବ। ତେଣୁ ବିଶ୍ୱାସ ଜିତିବା ପାଇଁ ଦୃଢ ସଂଗଠନ ଜରୁରୀ ବୋଲି ଓଡିଶାରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଥର ନିର୍ବାଚନରେ ୩୬ ଲକ୍ଷ ସଦସ୍ୟତାଙ୍କ ପାଇଁ ଓଡିଶାରେ ପାଖାପାଖି ୧ କୋଟି ଭୋଟ ବିଜେପିକୁ ମିଳିଥିଲା। କିନ୍ତୁ ସରକାର ଗଢିବା ପାଇଁ ପୂର୍ଣ୍ଣାଙ୍ଗ ସଫଳତା ମିଳିଲା ନାହିଁ। ଯଦି ଏହି ସଂଖ୍ୟାକୁ ବଢାଯିବ ତେବେ ପରବର୍ତ୍ତୀ ନିର୍ବାଚନରେ ଭୋଟ ସଂଖ୍ୟା ଦେଢ କୋଟିକୁ ଟପିପାରେ। ତେଣୁ ଆଗାମୀ ଦିନରେ ଦେଢ କୋଟି ଲୋକଙ୍କ ସମର୍ଥନ ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ। ମୋଦିଙ୍କ ନେତୃତ୍ୱରେ ପ୍ରତ୍ୟେକ ବୁଥ୍କୁ ଯାଇ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି।

ରାଜ୍ୟରେ ୩୭, ୦୦୦ ବୁଥରେ ୫୧ ପ୍ରତିଶତ ଭୋଟ ଜିତିବା ପାଇଁ ବୁଥସ୍ତରରେ କାମ କରିବାକୁ ଶ୍ରୀ ପ୍ରଧାନ ଆ୍ହ୍ୱାନ ଜଣାଇଛନ୍ତି। ଓଡିଶାରେ ସଶକ୍ତ, ମଜବୁତ ସଂଗଠନ ତିଆରି କରିବା ଆମର ଲକ୍ଷ୍ୟ ରହିଛି। ଏହାର ପ୍ରଥମ ସର୍ତ ବୁଥ ସ୍ତରରୁ ସଦସ୍ୟତା ମାଧ୍ୟମରେ ସଂଗଠନକୁ ମଜବୁତ କରିବା ପାଇଁ ପଡିବ। ବିଜେପି ୨୧ ଲୋକସଭା ଓ ବିଧାନସଭା ୧୨୦+ ମିଶନ ପୂରା କରିବାକୁ ହେଲେ ରାଜ୍ୟରେ ସଦସ୍ୟ ସଂଖ୍ୟା ୫୦ ଲକ୍ଷରେ ପହଁଚେଇବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ସଂଗଠନ ପର୍ବରେ ଦୁଇଟି ବିଷୟ ଅଧିକ ଯୋଡାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପଂଚବଟି ନିର୍ମାଣ କରିବାର ଆହ୍ୱାନ ଅନୁଯାୟୀ ସବୁ ବୁଥରେ ୫ଟି ବୃକ୍ଷରୋପଣ କରାଯିବ। ଏହା ସହ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଯୋଡାଯିବ। ସାମାଜିକ ସେମ୍ବେଦନା ତିଆରି କରିବା ଆମର ଉଦ୍ଦେଶ୍ୟ ରହିଛି। ରାଜନୀତି କାର୍ଯ୍ୟକର୍ତା କେବଳ ରାଜନୈତିକ ବିରୋଧ ଓ ସମର୍ଥନ ଭିତରେ ନିଜକୁ ସୀମିତ ନରଖି ସମାଜ ପ୍ରତି ସମ୍ବେଦନଶୀଳ ହେଉ। ଏହା ବିଜେପି ସଂଗଠନ ପର୍ବର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବିଜେପି ପ୍ରତି ସାଧାରଣ ଜନତାଙ୍କ ଆଗ୍ରହ ବଢିଛି। ସାଧାରଣ ନିର୍ବାଚନରେ ଏହା ପ୍ରମାଣିତ ହୋଇଛି। ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ଏହା ସମ୍ଭବ। ୧୩୦ କୋଟି ଭାରତୀୟ ଓ ସାଢେ ୪ କୋଟି ଓଡିଆଙ୍କ ଭାଗ୍ୟରେ ପରିବର୍ତ୍ତନ କରିବା ପାଇଁ ହେଲେ ଦେଶ ଓ ରାଜ୍ୟରେ ଏକ ସଶକ୍ତ ନିର୍ଣ୍ଣାୟକ ମୋଦିଙ୍କ ସରକାର କରିବାର ଆବଶ୍ୟକତା ଅଛି।

ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିବସରେ ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ବନାରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ଦଳ ଭାରତୀୟ ଜନତା ପାର୍ଟିର ୧୧ କୋଟି ସଦସ୍ୟ ରହିଥିବା ବେଳେ ପୁନର୍ବାର ଏହାକୁ ସଦସ୍ୟକୁ ବୃଦ୍ଧି କରିବା ପାଇଁ ଏହାର ଅଭିଯାନ ଓଡିଶା ସମେତ ଦେଶରେ ଆରମ୍ଭ ହୋଇଛି। ଓଡିଶାର ଏକାମ୍ର ବିଧାନସଭା କ୍ଷେତ୍ର ଭୀମଟାଙ୍ଗୀ ଅଂଚଳରେ ଏହାକୁ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.