Home ଓଡ଼ିଶା ଓଡିଶାରେ ନିଜ ଅଂଚଳର ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ନେତାମାନଙ୍କୁ କେନ୍ଦ୍ର କଂଗ୍ରେସ ପ୍ରଭାରୀଙ୍କ...

ଓଡିଶାରେ ନିଜ ଅଂଚଳର ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ନେତାମାନଙ୍କୁ କେନ୍ଦ୍ର କଂଗ୍ରେସ ପ୍ରଭାରୀଙ୍କ ନିବେଦନ

136

ଭୁବନେଶ୍ୱର ୩-୯ (ଓଡ଼ିଆ ପୁଅ) – ଆଜି ଓଡିଶାରେ ବନ୍ୟା ଯୋଗୁଁ ବହୁ ଜନସାଧାରଣଙ୍କର ଧନଜୀବନ ବିପନ୍ନ ହୋଇଛି। ବହୁ ଅଂଚଳ ଜଳମଗ୍ନ ହୋଇ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ ଧାନଚାଷୀମାନଙ୍କର ଧାନ ଫସଲ, ସେହିପରି ପରିବା ଚାଷୀଭାଇମାନଙ୍କର ପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜ୍ୟ ସରକାର ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ଦେବାରେ ବିଫଳ ହୋଇଛନ୍ତି। ଏବେବି ବହୁ ଅଂଚଳ ଜଳମଗ୍ନ ରହିବା ସହିତ ବନ୍ୟା ପ୍ରପୀଡିତ ଲୋକମାନେ ଦୁର୍ଗତି ମଧ୍ୟରେ କାଳାତିପାତ କରୁଛନ୍ତି। ଏହିଭଳି ବିପତି ସମୟରେ ସେମାନଙ୍କ ନିକଟରେ ପହଂଚିବା ପ୍ରତ୍ୟେକ କଂଗ୍ରେସ ଭାଇମାନଙ୍କର ପ୍ରଥମ କର୍ତବ୍ୟ। ବିଗତ ଦିନରେ ଏହିଭଳି ବିପତି ସମୟରେ କଂଗ୍ରେସ ସର୍ବଦା ଲୋକଙ୍କ ସାଥିରେ ରହିବା ସହ ସେମାନଙ୍କୁ ସହଯୋଗର ହାତ ବଢାଇ ଆସିଛି। ସେଥିପାଇଁ ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ, ସହପ୍ରଭାରୀ ଜି- ରୁଦ୍ର ରାଜୁ ଓ ଆଦିତ୍ୟ ଶର୍ମା କଂଗ୍ରେସ ନେତୃବୃନ୍ଦ ଓ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କୁ ନିଜ ନିଜ ଅଂଚଳରେ ଥିବା ବନ୍ୟା ଦୁର୍ଗତଙ୍କ ନିକଟରେ ପହଂଚି ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.