Home ଜିଲ୍ଲା ପରିକ୍ରମା ଓଡିଶାରେ ଆଇନର ଶାସନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ସିପିଆଇ(ଏମ)

ଓଡିଶାରେ ଆଇନର ଶାସନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ସିପିଆଇ(ଏମ)

6

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟରେ ଗୋପାଳପୁର ବନ୍ଦରଠାରେ ମହିଳା ଗଣଧର୍ଷଣ, କେଉଁଝର ଜିଲ୍ଲାରେ ମହିଳା ଧର୍ଷଣ, ଚାନ୍ଦିପୁର ବେଳାଭୂମିରେ ମହିଳା ଧର୍ଷଣ, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍‌ଯାଶ୍ରୀ ବିଶି ଙ୍କ ବ୍ୟବସ୍ଥାଗତ ହତ୍ୟା, ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ଅଧିନସ୍ଥ ଛାତ୍ରୀ ଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବା ଉଦ୍ୟମ, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନସ୍ଥ ଖାରିଗୁମ୍ମା ସିଙ୍ଗାପୁର ଗ୍ରାମର ଦଳିତ ଚାବୁଲା ନାୟକ ଓ ବୁଲୁନାୟକ ଙ୍କୁ ନିର୍ଯ୍ୟାତନା ମାମଲା, ବିଏମସି ଅତିରିକ୍ତ କମିଶନରଙ୍କୁ ବିଜେପି ଗୁଣ୍ଡା ବାହିନୀ ଙ୍କ ନିଷ୍ଠୁର ମାଡ, ଚାନ୍ଦବାଲି ବ୍ଲକ ଘେଂଟଶ୍ୱର ଓ ଖଦାଳପୋଖରୀ ଗ୍ରାମ ପଂଚାୟତରେ ବିଜେପି ଗୁଣ୍ଡା ବାହିନୀ ଦ୍ୱାରା ଦଳିତ ଓ ସାଧାରଣ ଲୋକଙ୍କ ଉପରେ ନିଷ୍ଠୁର ଅତ୍ୟାଚାର ଓଡିଶା ର ଆଇନ ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ସ୍ପଷ୍ଟ କରୁଛି । ଓଡିଶାରେ ଆଇନର ଶାସନ ଚାଲିଲା ପରି ହୃଦବୋଧ ହେଉନାହିଁ । ରାଜ୍ୟରେ ଚାଲିଥିବା ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଅସାମାଜିକ ବ୍ୟକ୍ତି ଓ ଗୁଣ୍ଡା ମାନେ ଓଡିଶାର ଶାସନକୁ ନିୟନ୍ତ୍ରଣ କରି ଜଙ୍ଗଲରାଜ ଆଡକୁ ନେଇଯାଉଛନ୍ତି । ଏହା ବିରୋଧରେ ଓଡିଶାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓ ଆଇନର ଶାସନକୁ ସୁରକ୍ଷିତ ରଖିବା ପାଇଁ ଭଦ୍ରକବାସୀ ଙ୍କୁ ଏକତ୍ରିତ ହୋଇ ଲଢେଇ କରିବାକୁ ଜିଲ୍ଲା କମିଟି ବୈଠକରେ ଆହ୍ୱାନ ଦିଆଯାଇଛି । ଯାଯପୁର ରୋଡ୍ – ଧାମରା ରେଳପଥ ନିର୍ମାଣ ଓ ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳ ଚଳାଚଳ ଦାବି କରି ଆସନ୍ତା ସେପ୍େଟମ୍ବର, ୧୧ ତାରିଖରେ ଧାମରା, ଜନ୍ତୁଆଳି, ବଳସାହି, ଇଛାପୁର, ଭଦ୍ରକ ଠାରେ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଚାଷୀ ମାନଙ୍କୁ ମାଗଣାରେ ସାର, ବିଷ, କୀଟନାଶକ ଔଷଧ, ବିହନ ଯୋଗାଇଦେବା ସହ ବିନାସୁଧରେ ଚାଷୀ ମାନଙ୍କୁ ଚାଷ ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କ ଓ ସମବାୟ ସମିତି ରୁ କୃଷିଋଣ ଯୋଗାଇବା ଦାବିରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ସଂଗଠିତ କରାଯିବା ପାଇଁ ଜିଲ୍ଲା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହି ଜିଲ୍ଲା କମିଟି ବୈଠକରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଅନ୍ୟତମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଶିଶିର ହୁଇ, ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ରାଧାନାଥ ଦାସ , ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗୌରାଙ୍ଗ ଯେନା, ମଳୟ ଭୋଇ, କାଳନ୍ଦୀ ପାତ୍ର, ଜୟନୁଲ ଆବେଦିନ, ସୁରଜିତା ନାୟକ ଏବଂ ଜିଲ୍ଲା କମିଟିର ଆମନ୍ତ୍ରିତ ସଭ୍ୟ ଚନ୍ଦ୍ରଶେଖର ନାୟକ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.