Home ଓଡ଼ିଶା ଓଡିଶାକୁ ନବଜାଗରଣ କରିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ – ଧର୍ମେନ୍ଦ୍ର ପ୍ରଧାନ

ଓଡିଶାକୁ ନବଜାଗରଣ କରିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ – ଧର୍ମେନ୍ଦ୍ର ପ୍ରଧାନ

242

ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
– ଓଡିଶାରେ ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମା ଶାରଦାଙ୍କ ବିଚାରକୁ ପହଁଚାଇବା ପାଇଁ ଏହି ମଠ କେନ୍ଦ୍ରବିନ୍ଦୁ ହୋଇଛି
– ରାମକୃଷ୍ଣ ମଠ ସ୍ଥାପନା ଦିନ ଠାରୁ ତାର ଧ୍ୟେୟ ଓ ଉଦ୍ଦେଶ୍ୟ ପାଇଁ କାମ କରି ଆସୁଛି
– ସ୍ୱାମୀଜୀଙ୍କ ଲିଖିତ ଶବ୍ଦକୁ ବାରମ୍ବାର ପଢିଲେ ହିଁ ସମାଧାନର ରାସ୍ତା ବାହାରିପାରିବ
– ନୂଆପିଢିଙ୍କ ପାଖରେ ବିବେକାନନ୍ଦଙ୍କ ବିଚାରକୁ ପହଁଚାଇବା ହେବ ସ୍ୱାମୀଜୀଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ଅକ୍ଟୋବର ୩୧ (ଓଡ଼ିଆ ପୁଅ) – ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡିଶାକୁ ନବଜାଗରଣ କରିବାରେ ଭୁବନେଶ୍ୱର ସ୍ଥିତ ଏହି ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ ବୋଲି ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମାଜକୁ ସ୍ୱାଭିମାନୀ କରିବା, ସମାଜକୁ ଦୈନନ୍ଦିନ ଜୀବନର ଜଞ୍ଜାଳରୁ ମୁକ୍ତ କରି ସମାଧାନର ରାସ୍ତା ବାହାର କରିବା, ସମାଜକୁ ଜାଗରଣ କରିବା ଭଳି ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଓଡିଶାର ନୂଆପିଢି ପାଖରରେ ଆାଧୁନିକ ଢଙ୍ଗରେ ପହଁଚାଇପାରିଲେ ହିଁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଏହା ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ଶାଖାର ଏହି ମଠକୁ ପୂଜ୍ୟ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବ୍ରହ୍ମାନନ୍ଦଜୀ ମହାରାଜ ଅକ୍ଟୋବର ୩୧, ୧୯୧୯ ମସିହାରେ ସ୍ଥାପନା କରିଥିଲେ। ରାଜଧାନୀ ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମଠ ସ୍ଥାପନା ଦିନ ଠାରୁ ତାର ଧ୍ୟେୟ ଓ ଉଦ୍ଦେଶ୍ୟ ପାଇଁ କାମ କରି ଆସୁଛି। ଓଡିଶାର ରାମକୃଷ୍ଣ ମିଶନ ଓ ମଠର ସ୍ଥାପନାକୁ ଶହେ ବର୍ଷ ପୂରଣ ହୋଇଥିବାରୁ ଏହା ସହ ଜଡିତ ସମସ୍ତ ସାଧୁ ସନ୍ଥ ଓ ପଦାଧିକାରୀ ମାନଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ।

ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ତାଙ୍କୁ ପ୍ରେରଣା ଦେଇଥିବା ରାମକୃଷ୍ଣ ପରମହଂସ ଏବଂ ମା ଶାରଦାଙ୍କ ବିଚାର ଭାରତବର୍ଷ ତଥା ଓଡିଶାରେ ପହଁଚାଇବା ପାଇଁ ଏହି ମଠ କେନ୍ଦ୍ରବିନ୍ଦୁ ହୋଇଛି। ବଲାଙ୍ଗୀର ରାଜ ପରିବାରର ପ୍ରତ୍ୟକ୍ଷ ସହଯୋଗୀ ଫଳରେ ଏଠାରେ ଭବ୍ୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇପାରିଛି ବୋଲି ସେ କହିଛନ୍ତି।

ସେହିପରି ମନୁଷ୍ୟ ମନରେ କ୍ଷଣ କ୍ଷଣରେ ଉତ୍ସାହ ଓ ନିରୁତ୍ସାହ ଆସେ। ଏହି ଉତ୍ସାହକୁ ନିରନ୍ତର ବନାଇ ରଖିବା ନିରୁତ୍ସାହକୁ କାଟି ତାକୁ ଉତ୍ସାହରେ ପରିଣତ କରିବା ଭଳି ସ୍ୱାମୀଜୀଙ୍କ ଦୁଇ ଶବ୍ଦ ବାରମ୍ବାର ପଢିଲେ ହିଁ ସମାଧାନର ରାସ୍ତା ବାହାରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.