Home ଜିଲ୍ଲା ପରିକ୍ରମା ଓଡିଆ ପକ୍ଷ ପାଳନ ଅବସରରେ “ଆସ ବହି ଟିଏ କିଣିବା’ କାର୍ଯ୍ୟକ୍ରମ

ଓଡିଆ ପକ୍ଷ ପାଳନ ଅବସରରେ “ଆସ ବହି ଟିଏ କିଣିବା’ କାର୍ଯ୍ୟକ୍ରମ

48

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୧୦ଘଟିକା ସମୟ ରେ ଓଡିଆ ପକ୍ଷ ପାଳନ ଅବସର ରେ ସଂସ୍କୃତି ଭବନ ରେ “ଆସ ବହି ଟିଏ କିଣିବା’ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ରୁ ଆସି ଯୋଗ ଦେଇଥିଲେ। ଉଦ୍‌ଘାଟକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବାଂଚଳ ରେଞ୍ଜର ଡିଆଇଜି ଡ. ସତ୍ୟଜିତ୍ ନାଇକ ରହିଥିଲେ। ଏହା ବାଦ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଡେପୁଟି କଲେକ୍ଟର କାର୍ତିକ ମଣ୍ଡଳ,ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ସିର୍କା,ଈଋଙ ଚକ୍ରଧର ମଲ୍ଲିକ , ସମାଜସେବି ଡାକ୍ତର ପ୍ରଦୀପ ନାୟକ ଓ ମୁଖ୍ୟ ବକ୍ତା ଡକ୍ଟର ଦତାତ୍ରେୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଟିକୁ ରୂପକ ରାୟ ସଂଚାଳନ କରିଥିଲେ। ବର୍ତମାନ ସମୟ ରେ ପୁସ୍ତକ କିଣିବା ଓ ପଢ଼ିବା ର ମହତ୍ୱ ବିଷୟ ରେ ଅତିଥି ମାନେ ଆଲୋକପ।ତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଏକ ବୁକ୍ ଷ୍ଟଲ ସଂସ୍କୃତି ଭବନରେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ତାଙ୍କର ଅଭିଭାଷଣ ରେ ଆଜି ଯେଉଁ ମାନେ ମହାନ୍ ବ୍ୟକ୍ତିତ୍ୱ ହୋଇଛନ୍ତି ସେମାନେ ପୁସ୍ତକ କୁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ। ପିଲା ମାନଙ୍କୁ ନିଜର ପାଠ୍ୟ ପୁସ୍ତକ ସହିତ କବିତା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, ମହାପୁରୁଷ ଙ୍କ ର ଜୀବନୀ ଇତ୍ୟାଦି କୁ ପଢିବାକୁ ଉପଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.