Home ଜିଲ୍ଲା ପରିକ୍ରମା ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭଦ୍ରକ ସମ୍ମିଳନୀ ମିଳିତ ଆନୁକୂଲ୍ୟରେ ସମାଜସେବୀ ପ୍ରଫେସର ଡଃ ଜଗନ୍ନାଥ...

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭଦ୍ରକ ସମ୍ମିଳନୀ ମିଳିତ ଆନୁକୂଲ୍ୟରେ ସମାଜସେବୀ ପ୍ରଫେସର ଡଃ ଜଗନ୍ନାଥ ପଟ୍ଟନାୟକଙ୍କ ସ୍ମୃତିସଭା

4

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭଦ୍ରକ ସମ୍ମିଳନୀ’ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଐତିହାସିକ, ସାହିତ୍ୟିକ, ଶିକ୍ଷାବିତ ଓ ସମାଜସେବୀ ପ୍ରଫେସର (ଡଃ) ଜଗନ୍ନାଥ ପଟ୍ଟନାୟକଙ୍କ ସ୍ମୃତିରେ ସାରସ୍ୱତ ସଭା ଓ ଆଲୋଚନା ଚକ୍ର ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ, ଓଡ଼ିଶା ସରକାର ସୂର୍ଯ୍ୟବଂଶୀ ସୁରଜ, ବରେଣ୍ୟ ଅତିଥି ଭାବେ ବିଧାୟକ ବାସୁଦେବପୁର ଅଶୋକ କୁମାର ଦାସ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ବରିଷ୍ଠ ପ୍ରଶାସକ ତଥା ସୁସାହିତ୍ୟିକ ଡକ୍ଟର ରବିନାରାୟଣ ସେନାପତି, ମୁଖ୍ୟବକ୍ତା ଭାବରେ ଯୁଗ୍ମ ସଚିବ ତଥା ସୁସାହିତ୍ୟିକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦେବପ୍ରସାଦ ଦାଶ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ଅମିୟ କୁମାର ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା, ଭଦ୍ରକ ସମ୍ମିଳନୀ ର ସଭାପତି ପ୍ରଭାତ କୁମାର ପାଢ଼ୀ, ଭଦ୍ରକ ସମ୍ମିଳନୀ ର ସାଧାରଣ ସମ୍ପାଦକ ନିରୋଦ କୁମାର ରାଉତ ଏବଂ ବହୁ ମାନ୍ୟଗଣ୍ୟ ଅତିଥିବୃନ୍ଦ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଓ ସ୍ମୃତି ଚାରଣ କରିଛନ୍ତି । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ରାଧାବଲ୍ଲଭପୁରରେ ପ୍ରଫେସର ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲେଜ ରେ ଇତିହାସ ବିଭାଗ ଅଧ୍ୟାପକ ଭାବେ ତାଙ୍କ କର୍ମମୟ ଜୀବନ ଆରମ୍ଭ ହୋଇଥିଲା ଏବଂ ୧୯୯୩ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ନେଇଥିଲେ । ‘ରକ୍ତତୀର୍ଥ ଇରମ’ ପୁସ୍ତକ ପାଇଁ ୧୯୯୨ ରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଥିଲେ ଜଣେ ଐତିହାସିକ ଓ ବିରଳ ବ୍ୟକ୍ତିତ୍ୱ । ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା । ସେ କେବଳ ଭଦ୍ରକ ଜିଲ୍ଲାର ନୁହେଁ, ସାରା ଓଡିଶାର ଗର୍ବ ଓ ଗୌରବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.