Home ଜିଲ୍ଲା ପରିକ୍ରମା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଭଦ୍ରକର ଝିଅ ଶ୍ୱେତାଶ୍ରୀ ରାଜ୍ୟରେ ଟପ୍ପର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଭଦ୍ରକର ଝିଅ ଶ୍ୱେତାଶ୍ରୀ ରାଜ୍ୟରେ ଟପ୍ପର

11

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓପିଏସ୍‌ସି ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଏଥିରେ ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ ଲୁଙ୍ଗା ପଂଚାୟତ ଉରୁଣିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ରଙ୍କ କନ୍ୟା ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଶ୍ୱେତାଶ୍ରୀ ଟପ୍ପର ହେବା ପରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ୱେତାଙ୍କ ପରିବାର ଏବେ ଭଦ୍ରକ ସହରସ୍ଥିତ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ରହିଆସୁଛନ୍ତି। ତାଙ୍କ ପିତା ହାଇସ୍କୁଲରୁ ଅବସର ନେବା ପରେ ମା ଫେଜର ଗାର୍ଲସ୍ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି। ତେବେ ଶ୍ୱେତା ସଂପ୍ରତି ଦୁର୍ଗାପୁର ଆଇଆଇଟିରେ ବି.ଟେକ୍ ଏବଂ ଏମ.ଟେକ୍ କରିବା ପରେ ସେଠାରେ ଚାକିରୀ କରି ପରେ ଛାଡି ଓଏଏସ୍ ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ। ଆଜି ତାଙ୍କର ଏହି କୃତକାର୍ଯ୍ୟ ଖବର ଶୁଣି ତାଙ୍କ ପିତା ବେଶ୍ ଖୁସିବ୍ୟକ୍ତ କରିବା ସହ କଲୋନୀବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ୱେତା ଜଣେ ମେଧାବୀ ଛାତ୍ରୀ ଭାବେ ସମସ୍ତ ଶ୍ରେଣୀରେ ନିଜର କୃତିତ୍ୱ ହାସଲ କରିଥିଲେ। ତାଙ୍କ ବଡଭଉଣୀ ଜଣେ ଚକ୍ଷୁ ସ୍ପେଶିଆଲିଷ୍ଟ ଥିବାବେଳେ ତାଙ୍କ ଭାଇ ଆଇଆଇଟି ଇଂଜିନିୟରିଂ ପଢି ଚାକିରୀ କରିଛନ୍ତି। ଶ୍ୱେତାଙ୍କ ଏହି ସଫଳତା ପଛରେ ତାଙ୍କର ଏକାଗ୍ରତା ଓ ଦିନରାତି ଅଧ୍ୟୟନ କରିବା ତାଙ୍କୁ ଶ୍ରେୟ ଦେଇଛି ବୋଲି ତାଙ୍କ ପିତା ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.