Home ଜିଲ୍ଲା ପରିକ୍ରମା ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ରକ୍ତଦାନ ଶିବିର

ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ରକ୍ତଦାନ ଶିବିର

20

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ପକ୍ଷ ପାଳନ ଅବସରରେ ଆଜିର ଅଷ୍ଟମ ଦିନରେ ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିଉପଲକ୍ଷେ ଭଦ୍ରକ ରକ୍ତଭଣ୍ଡାର ପକ୍ଷରୁ ଜିଲାରେ ୩ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଭଦ୍ରକ ବ୍ଲଡ୍ ବ୍ୟାଙ୍କ, ଧାମନଗର କଲେଜ ଓ ମୋ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ରାହ୍ମଣୀଗାଁ ଭଳି ୩ଟି ରକ୍ତଦାନ ଶିବିରରେ ଆଜି ୮୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଏହି ଶିବିରକୁ ଜିଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ ଅବସରରେ ବର୍ତମାନର ଅବକ୍ଷୟମୁଖୀ ସମାଜରେ ରକ୍ତଦାନ ଭଳି ମହତ୍ ଦାନରୁ ଲୋକେ ଦୂରେଇ ଯାଉଥିବାରୁ ଏଥିପ୍ରତି ଅନୁଗ୍ରହଭାବ ପୋଷଣ କରିବା ଉଚିତ୍ ବୋଲି କହିଥିଲେ। ଏହି ଶିବିରରେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ବଳ, ଅତିରିକ୍ତ ଜିଲା ମୁଖ୍ୟ ଚିକିିତ୍ସାଧିକାରୀ, ରକ୍ତଭଣ୍ଡାରର ଡାକ୍ତର ବିମଳା ମିଶ୍ର ଓ ସହଯୋଗୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.