Home ଜିଲ୍ଲା ପରିକ୍ରମା ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ ଭୀମଭୋଇ ସ୍ମୃତି ସମ୍ମାନ

ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ ଭୀମଭୋଇ ସ୍ମୃତି ସମ୍ମାନ

3

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ସନ୍ଥକବି ଭୀମଭୋଇଙ୍କ ସାଧାନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଠାରେ ପବିତ୍ରମାଘ ମେଳା ଫେବୃଆରୀ ୦୯ ତାରିଖ ଠାରୁ ଅନୁଷ୍ଠିତ ହେଉଛି । ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ସାରସ୍ୱତ କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ କହିଲେ ଓଡ଼ିଆ ଭାଷା ସାହିତ୍ୟ ଜଗତର ଜଣେ ସିଦ୍ଧ ପୁରୁଷ ହେଉଛନ୍ତି ସନ୍ଥକବି ଭୀମ ଭୋଇ। ତାଙ୍କ ସିଦ୍ଧି ସାଧନାର ପୀଠ ପାଇଁ ଖଲିଆପାଲି ଆଜି ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସୋନପୁରର ଉପ ଜିଲ୍ଲାପାଳ ତଥା ଭୀମ ଭୋଇ ସମାଧୀ ଟ୍ରଷ୍ଟର ଉପାଧ୍ୟକ୍ଷା ଡକ୍ଟର ସୌମ୍ୟା ରୂପା ରଥଙ୍କ ସଭାପତିତ୍ୱରେ ଜିଏମୟୁର ଭୀମଭୋଇ ଗବେଷଣା କେନ୍ଦ୍ରର ମୁଖ୍ୟ ଡ.ପ୍ରଦୀପ କୁମାର ପଣ୍ଡା ମୁଖ୍ୟବକ୍ତା ଏବଂ ସୋନପୁର ବ୍ଲକର ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆମ ସମାଜକୁ ଭୀମ ଭୋଇଙ୍କ ଅବଦାନ ବିଷୟରେ ସାରଗର୍ଭକ ମତ ରଖିଥିଲେ। ସଂସ୍କୃତି ସଂସ୍କାରକ ପଣ୍ଡିତ ଦୈତ୍ୟାରି ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସନ୍ଥକବି ଭୀମଭୋଇଙ୍କ ଜୀବନଦର୍ଶ , ସାହିତ୍ୟ ସାଧନା, ବ୍ରହ୍ମ ଦର୍ଶନ ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ । ଅତିଥିମାନଙ୍କ ଦ୍ୱାରା ଟ୍ରଷ୍ଟର ମୁଖପତ୍ର “ମହିମା” ଉନ୍ମୋଚନ ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ, ପ୍ରବଚକ ଶିକ୍ଷାବିତ୍ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ “ଭୀମଭଇ ସ୍ମୃତି ସମ୍ମାନ”, ସାଧୁ ପ୍ରଭାକର ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ,ଶ୍ରୀମତୀ ମୀନା ମହାରଣାଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ,ସୁଶ୍ରୀ ତିଳୋତମା ସାହୁଙ୍କୁ ଭୀମଭୋଇ କଳାସମ୍ମାନ,ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ଭୀମଭୋଇ ଯୁବପ୍ରତିଭା ସମ୍ମାନ ଓ ସୁଶ୍ରୀ ପ୍ରିତୀ ମହାକୁରଙ୍କୁ ଭୀମଭୋଇ କ୍ରୀଡାସମ୍ମାନ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଟ୍ରଷ୍ଟର ସଂପାଦକ ଜନ୍ମେଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟ ବୋର୍ଡର କର୍ମ କର୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଗାଁ ବଂଚାଓ ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁଳସୀ ରାମ ଜଗତ , ସମାଜସେବୀ ଗଦାଧର ବରାଳଙ୍କ ସମେତ ବହୁ ବୁଦ୍ଧିଜୀବୀ, ହଜାର ହଜାର ସାଧୁ ସନ୍ୟାସୀ, ମହିମାଧର୍ମିଙ୍କ ସହ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ମହିମା ଧର୍ମର ଗୁଣଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.