ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଆ ପକ୍ଷ ପାଳନର ୧୧ତମ ଦିବସରେ ଜିଲ୍ଲା ସଂସ୍କୃତି ଭବନରେ “ଯୁବ ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଜିଲ୍ଲାପାଳ,ଭଦ୍ରକ ଦିଲୀପ ରାଉତରାଏ, ବରେଣ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଲ, ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ସିର୍କା, ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବରେଣ୍ୟ ବକ୍ତା ଡକ୍ଟର ଦୁର୍ଯ୍ୟୋଧନ ଦାସ, ଡକ୍ଟର ପବିତ୍ର ପାଣିଗ୍ରାହୀ ମଂଚ ଅଭିମଣ୍ଡିତ କରିଥିଲେ।ବହୁ ସଂଖ୍ୟା ରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଯୁବ ଛାତ୍ର ଛାତ୍ରୀ ମାନେ ଗଳ୍ପ, କବିତା ଓ ପ୍ରବନ୍ଧ ବିଭାଗ ରେ ହେଉଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ବିଚାରକ ମଣ୍ଡଳୀ ରେ ପ୍ରଭାତ ନଳିନୀ ମହାପାତ୍ର, ଇଂ ଅଭୟ ସୂତାର, ପୂର୍ଣ୍ଣ ଚନ୍ଦ୍ର ବହଳୀ, ସୁଚିତ୍ରା ପାଣିଗ୍ରାହୀ, ଡକ୍ଟର ରମାକାନ୍ତ ନାୟକ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ଥିଲେ । ପ୍ରତ୍ୟେକ ବିଭାଗ ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଆଜିର ସମୟ ରେ ଲୁକ୍ୟ।ୟିତ ନୂତନ ଓ ଉଦୀୟମାନ ଯୁବ ପ୍ରତିଭା ଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତିଭା କୁ ମାନ୍ୟତା ଦେବା ହିଁ ଆଜି ର ସଭା ର ଉଦ୍ଧେଶ୍ୟ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ସେଇପରି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍ ମହକୁମା ରେ ମଧ୍ୟ ଏଇ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।