ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ପକ୍ଷ ପାଳନର ଦ୍ୱାଦଶ ଦିବସରେ ଜିଲ୍ଲା ସଂସ୍କୃତି ଭବନ ରେ “ଓଡ଼ିଶା ର ବରପୁତ୍ର ମାନଙ୍କ ଉପରେ ଆଲୋଚନା’ (ବନ୍ଦନୀୟ ବରପୁତ୍ର) ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକର ବୁଦ୍ଧିଜୀବୀ ମାନେ ଏବଂ କଲେଜର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଭଦ୍ରକରେ ଜନ୍ମ ନେଇଥିବା ବରପୁତ୍ର ମାନେ ପୂଜ୍ୟ ଏବଂ ନମସ୍ୟ। ପ୍ରତିକୂଳ ପରିସ୍ଥିତିରେ ଯିଏ ହାର୍ ନ ମାନି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥାଏ, ସେ ହିଁ ବନ୍ଦନୀୟ ଅଟେ। ଦିବଂଗତ ବରପୁତ୍ର ମାନେ ଏହିପରି ପ୍ରତିକୂଳତାରେ ସମାଜର ମଙ୍ଗଳ ପାଇଁ ନିଜର ସମସ୍ତ ସୁଖ ଓ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଦେଶ ଓ ଭାଷା କୁ ସୁଦୃଢ କରିଛନ୍ତି। ଏଥିରେ ଅନ୍ୟ ଅତିଥି ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ତଥା ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ଶିର୍କା ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧା ଓ ସୁମନ ଜ୍ଞାପନ କରିଥଲେ। ଭଦ୍ରକର ବରପୁତ୍ର ମାନଙ୍କ ଉପରେ ହେଉଥିବା ଆଲୋଚନା ଚକ୍ର ରେ ବରିଷ୍ଠ ପ୍ରାବନ୍ଧିକ ତଥା ଆଲୋଚକ ବାସୁଦେବ ବାରିକ୍, ବରିଷ୍ଠ ସ୍ତମ୍ଭକାର ତଥା ଆଲୋଚକ ଅଭୟ ଦ୍ୱିବେଦୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପବିତ୍ର ପାଣିଗ୍ରାହୀ, ବରିଷ୍ଠ ନାଟ୍ୟକାର ବିଜୟ ଦାସ ଓ ସୁସାହିତ୍ୟିକ ଡକ୍ଟର ଦୁର୍ଯ୍ୟୋଧନ ଦାସ ଭାଗ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥଲେ। ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାହିତ୍ୟିକ ପୂର୍ଣ୍ଣ ଚନ୍ଦ୍ର ବହଲି ସଂଚାଳନ କରିଥଲେ । ପୂଜ୍ୟ ପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥଲେ।







