Home ଜିଲ୍ଲା ପରିକ୍ରମା ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ‘ଆମ ରୁଚି ଆମ ଖାଦ୍ୟ’ କାର୍ଯ୍ୟକ୍ରମ

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ‘ଆମ ରୁଚି ଆମ ଖାଦ୍ୟ’ କାର୍ଯ୍ୟକ୍ରମ

10

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ପକ୍ଷ ପାଳନ ର ତ୍ରୟୋଦଶ ଦିବସ ରେ “ଆମ ରୁଚି ଆମ ଖାଦ୍ୟ” ଆଜି ଭଦ୍ରକ ପୌରପାଳିକାର ମିଟିଂ ହଲ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ପାରମ୍ପରିକ ଖାଦ୍ୟର ମହାନୀୟତା ଉପରେ ଆଲୋକପାତ କରିଥିଲେ। ଏହା ସ୍ୱାସ୍ଥ୍ୟ କ୍ଷେତ୍ର ରେ କେତେ ଉପଯୋଗୀ ସେ ବିଷୟ ରେ ଆଲୋଚନା କରିଥଲେ। ଭଦ୍ରକ ର ପାଳୁଅ ଲଡୁ କୁ ଜିଆଇ ମାନ୍ୟତା ଦେବା ପାଇଁ ଉଦ୍ୟମ ଜାରୀ ରହିଛି ବୋଲି ସୂଚନା ଦେଇଥିଲେ। ଏହି ସଭା ରେ ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଭଦ୍ରକ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ମଲ୍ଲିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ, ମୋଗଲ ତାମସା ର ପୁରୋଧା ବାଦଲ ସିକଦାର ଓ ସମାଜସେବୀ ଅତିଶ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୌରପାଳିକାର ପାରିଷଦ, କର୍ମଚାରୀ, ସ୍ୱଚ୍ଛ ସୁପର ଭାଇଯର, ଏସଏଚଜି କର୍ମୀ ମାନେ ଉପସ୍ଥିତ ଥିଲେ। ଜୟନ୍ତୀ ବିଶ୍ୱାଳ ଓ ସାଥୀ ଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ପିଠା କୁ ସମସ୍ତେ ଖାଇ ଉପଭୋଗ କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.