Home ଜିଲ୍ଲା ପରିକ୍ରମା ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଛତା ଅଭିଯାନ

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଛତା ଅଭିଯାନ

32

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଓଡ଼ିଆ ପକ୍ଷ ପାଳନ ଅବସର ରେ ଐତିହ୍ୟ ସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି।ପ୍ରଥମେ ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଗାନ୍ଧୀ ପଡ଼ିଆ, ଲୋକନାଥ ମନ୍ଦିର ଓ ଶେଷ ରେ ବଙ୍କ ବକ୍ଷସୁଳୀ ମନ୍ଦିର ରେ ଏହି ସ୍ୱଛତା ଅଭିଯାନ ସମ।ପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପାଲିକା ତାପସ ସାମଲ ଏବଂ ବାହୁ ବୁଦ୍ଧିଜୀବୀ ଓ କର୍ମଚାରୀ ମାନେ ଏହି ଅଭିଯାନରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.