Home ଜିଲ୍ଲା ପରିକ୍ରମା ଓଡ଼ିଆ ପକ୍ଷ ପାଳନ ଅବସରରେ ଗଣଦୌଡ

ଓଡ଼ିଆ ପକ୍ଷ ପାଳନ ଅବସରରେ ଗଣଦୌଡ

11

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ଐତିହ୍ୟ ଗଣଦୌଡ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଐତିହାସିକ ଗାନ୍ଧୀପଡିଆ ଠାରେ ପହଂଚିଥିଲା । ଏହି ଗଣଦୌଡକୁ ଜିଲାପାଳ ଦିଲ୍ଲୀପ ରାଉତରାୟ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ଗଣଦୌଡରେ ସାମିଲ ହୋଇ ସହର ପରିକ୍ରମା ପୂର୍ବକ ଗାନ୍ଧିପଡିଆ ଠାରେ ପହଂଚିବା ପରେ ଗାନ୍ଧିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲାପାଳ ଶ୍ରୀ ରାଉତରାୟ ଏହି ଓଡିଆ ପକ୍ଷ ପାଳନ ଅବସରରେ ହେଉଥିବା ଗଣଦୌଡ ସଂପର୍କରେ ସୂଚନା ଦେବାକୁ ଯାଇ ଏହା ପ୍ରତ୍ୟେକ ବ୍ଲକ୍ ଓ ସଦର ମହକୁମାରେ ଅନୁଷ୍ଠିତ ହୋଇ ଐତିହ୍ୟ ସ୍ଥଳୀର କେନ୍ଦ୍ରୀୟ ସ୍ଥାନରେ ପହଂଚିଥିଲା । ଏହି ଗଣଦୌଡରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଅନୁଷ୍ଠାନର ବ୍ୟକ୍ତିବିଶେଷ ଆମ ରାଜ୍ୟରେ ଥିବା ଐତିହ୍ୟ ସ୍ଥଳୀ ସଂପର୍କରେ ଅବଗତ ହେବା । ଆଜିର ଯୁବପିଢି ମଲ୍‌କୁ ଯିବାକୁ ପସନ୍ଦ କରୁଥିବାବେଳେ ମ୍ୟୁଜିୟମ୍‌କୁ ଯିବାକୁ ରାଜି ନୁହଁନ୍ତି । ମ୍ୟୁଜିୟମ୍ ହେଉଛି ଏକ ଐତିହ୍ୟର ପ୍ରତୀକ । ଏହି ପରିପ୍ରେକ୍ଷୀରେ ଆଜି ଏହି ଗଣଦୌଡ ମାଧ୍ୟମରେ ଜିଲାରେ ଥିବା ପ୍ରତ୍ୟେକ ଐତିହ୍ୟ ସ୍ଥଳୀ ସଂପର୍କରେ ଅବଗତ ହେବା ସହ ସଚେତନତାର ଲକ୍ଷ୍ୟ ରଖାଯାଇଛି । ଆମ ଓଡ଼ିଆ ଅସ୍ମିତା ମୂଳରେ ଏହି ଐତିହ୍ୟ ସ୍ଥଳୀ ଗୁଡିକର ବିଶେଷତ୍ୱ ଯୋଡି ହୋଇରହିଛି । ଆମ ପୂର୍ବସୁରୀମାନେ ଯେଭଳି ମଥାକୁ ଉଚ୍ଚାକରି ରଖିôଥଲେ, ଆଜି ଆମେ ସେହିଭଳି ଓଡ଼ିଶାର ଟେକକୁ ସମଗ୍ର ବିଶ୍ୱ ଦରବାରରେ ଶ୍ରେଷ୍ଠ ଆସନରେ ବସାଇବା ଏହି ଓଡ଼ିଆ ପକ୍ଷ ପାଳନ ଜନିତ ଗଣଦୌଡର ଲକ୍ଷ୍ୟ । ଆଜିର ଏହି ଗଣଦୌଡରେ ଡେପୁଟି କଲେକ୍ଟର ତଥା ଡିଆଇପିଆରଓ କାର୍ତିକନାଥ ମଣ୍ଡଳ, ଅତିରିକ୍ତ ଜିଲାପାଳ ସରୋଜ ଦତ, ଜିଲା କ୍ରୀଡା ଅଧିକାରୀ ଶ୍ୟାମଳ ରାୟ, ଓଏସ୍‌ଡି ରମେଶ ମହାନ୍ତି, ତ୍ୟାଗଭୂମିର ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, କୈଳାଶ ନାୟକ, ରସିକ ମୋହନ ମହାନ୍ତି, ରାଧାରାଣୀ ମହାପାତ୍ର ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ନାଗରିକଙ୍କ ସହ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.