Home ଜିଲ୍ଲା ପରିକ୍ରମା ଓଡ଼ିଆ ପକ୍ଷରେ ସ୍ୱଚ୍ଛ ହେଲା କାନ୍ତକବିଙ୍କ ସ୍ମୃତି ମନ୍ଦିର ଓ ସମାଧି ସ୍ଥଳ

ଓଡ଼ିଆ ପକ୍ଷରେ ସ୍ୱଚ୍ଛ ହେଲା କାନ୍ତକବିଙ୍କ ସ୍ମୃତି ମନ୍ଦିର ଓ ସମାଧି ସ୍ଥଳ

1

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ୬ଷ୍ଠ ଦିବସରେ ସୋମବାର ତାଳପଦା ଗ୍ରାମସ୍ଥିତ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ପୀଠରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାନ୍ତକବିଙ୍କ ସ୍ମୃତି ମନ୍ଦିର ପରିସର ଓ ସମାଧିସ୍ଥଳକୁ ସ୍ୱଚ୍ଛ କରାଯାଇଛି । ସକାଳ ୯ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟାରେ ଏହା ଶେଷ ହୋଇଥିଲା। ବିଡ଼ିଓ ନିରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ଏବିଡ଼ିଓ ମୀନକେତନ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସରପଞ୍ଚ ଜୟଶ୍ରୀ ବେହେରା, ନାଏବ ସରପଞ୍ଚ ସସ୍ମିତା ସେଠୀଙ୍କ ସମେତ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠଯନ୍ତ୍ରୀ ଭରତ ବିଶ୍ୱାଳ, ଭୀଷ୍ମଦେବ ଶତପଥୀ, ସୂର୍ଯ୍ୟକାନ୍ତ ନନ୍ଦ, ଡବ୍ଲୁଇଓ ସୌମ୍ୟା ସୁଚରିତା ମହାନ୍ତି, ଜୀବିକାମିଶନ ବିପିଏମ ରଶ୍ମିତା ନାୟକ, ସୁଧାଂଶୁ ନାୟକ, ଦୁର୍ଗାବତୀ ମଲିକ ପ୍ରମୁଖ ଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.