Home ଜିଲ୍ଲା ପରିକ୍ରମା ଓଡ଼ିଆ କବିତାରେ ଫଗୁଣର ରଙ୍ଗ ଓ ବସନ୍ତର ଚିତ୍ରକଳ୍ପ ଅନୁପମ ସୁଷମା ବହନ କରିଛି, ତ୍ୟାଗଭୂମି...

ଓଡ଼ିଆ କବିତାରେ ଫଗୁଣର ରଙ୍ଗ ଓ ବସନ୍ତର ଚିତ୍ରକଳ୍ପ ଅନୁପମ ସୁଷମା ବହନ କରିଛି, ତ୍ୟାଗଭୂମି ଆନୁକୁଲ୍ୟରେ ସାରସ୍ୱତ ଫଗୁମିଳନ ଉତ୍ସବ

2

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଜଗନ୍ନାଥପୁରସ୍ଥିତ ‘ତ୍ୟାଗଭୂମି ଭବନ’ ପରିସରରେ ଶ୍ରୀଶ୍ରୀ ରାଧାଗୋବିନ୍ଦଜୀଉଙ୍କ ଆଗମନ ଅବସରରେ ଏକ ସାରସ୍ୱତ ଫଗୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ’ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହରେ “ଓଡ଼ିଆ କବିତାରେ ଫଗୁଣର ରଙ୍ଗ ଓ ବସନ୍ତର ଚିତ୍ରକଳ୍ପ” ବିଷୟବସ୍ତୁ ଉପରେ ସାରସ୍ୱତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ମେଳନର ସଭାପତି ଅଜୟ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର କ୍ଷୀରୋଦ କୁମାର ସାମଲ ପୌରୋହିତ୍ୟ କରିଥିଲେ। ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ, ପ୍ରାବନ୍ଧିକ ଡକ୍ଟର ଅଭୟ କୁମାର ଦାସ ଓ ସ୍ତମ୍ଭକାର ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ଓଡ଼ିଆ କାବ୍ୟ କବିତାରେ ବସନ୍ତର ଚିତ୍ରକଳ୍ପକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିଥିଲେ। ସମ୍ପାଦକ ଅଧିବକ୍ତା ଗଦାଧର ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକ ସୁଧାକର ରାଉତ ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ. ଅଖିଳ କୁମାର ପାଢ଼ୀ, ଲଲାଟେନ୍ଦୁ ମହାନ୍ତି, ଡାକ୍ତର ରବୀନ୍ଦ୍ର କୁମାର ନାୟକ ଓ ଶାନ୍ତନୁ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପିକା ଡକ୍ଟର ଉଷାରାଣୀ ଜେନା ଓ କବୟତ୍ରୀ ସଂଯୁକ୍ତା ବଳଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଗୌରାଙ୍ଗ ବାରିକ, ଶିଳ୍ପୀ ରତିକାନ୍ତ ଜେନା, ପ୍ରଶାନ୍ତ କୁମାର ସାହୁ, ବିଜୟ ସାହୁ, ଗୋବର୍ଦ୍ଧନ ସାମଲ, ମଦନ ମୋହନ ନାୟକ, ରବୀନ୍ଦ୍ର କୁମାର ପଣ୍ଡା, କମଳାକାନ୍ତ ସ୍ୱାଇଁ, ଇନ୍ଦ୍ରମଣି ପଣ୍ଡା, କରୁଣାକର ଉପାଧ୍ୟାୟ, ଗଜେନ୍ଦ୍ର ସେନାପତି, ସନ୍ଦୀପ କୁମାର ଜେନା, ବାଦଲ କୁମାର ପଣ୍ଡା, ବସନ୍ତ କୁମାର ସ୍ୱାଇଁ, ସୁବ୍ରତ ମହାପାତ୍ର, ମାୟାଧର ପଣ୍ଡା, କୈଳାସ ଚନ୍ଦ୍ର ମହାପାତ୍ର, ଶାନ୍ତନୁ କୁମାର ସାହାଣୀ ପ୍ରମୁଖ ସ୍ୱରଚିତ ବସନ୍ତ ଚେତନାଧର୍ମୀ କବିତାପାଠ କରିଥିଲେ। ?ଚକ୍ଷୁ ଚିକିତ୍ସକ ମୁକ୍ତିକାନ୍ତ ନାୟକ, ଅଶୋକ କୁମାର ଦ୍ୱିବେଦୀ ଓ ଶିବପ୍ରସାଦ ସତ୍ୟାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାନ୍ତିରଞ୍ଜିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଶ୍ରୀ ରାଧାଗୋବିନ୍ଦଜୀଉଙ୍କ ଆଗମନ ଓ ମେଳଣ ଉତ୍ସବ ସହିତ ଏହି ସାରସ୍ୱତ ଆୟୋଜନ ସ୍ଥାନୀୟ ଅଂଚଳରେ ଏକ ଭକ୍ତିମୟ ସାହିତ୍ୟିକ ପରିବେଶ ସୃଷ୍ଟି କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.