Home ଓଡ଼ିଶା ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ

93

ଭୁବନେଶ୍ୱର ୧୪ ଅଗଷ୍ଟ (ଓଡ଼ିଆ ପୁଅ) : ଭୁବନେଶ୍ୱରରେ ଗତ ୧୩ ଓ ୧୪ ତାରିଖରେ ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିମାନିଆ, ଭୁବନେଶ୍ୱର ମେଳଣ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ସ୍ତରରେ ଉଇକିମିଡ଼ିଆ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଉଇକିମାନିଆର ଏହା ଏକ ଆଞ୍ଚଳିକ ସଂସ୍କରଣ ଭାବରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡ଼ିଶାର ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଓ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ମାନବପ୍ରୀତ୍ କୌର୍ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମେଳଣରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିମାନେ ଯୋଗ ଦେଇ ଓଡ଼ିଆ ଉଇକିପିଡ଼ିଆ ଜରିଆରେ ଓଡ଼ିଆ ଭାଷା ତଥା ସଂସ୍କୃତି ଲୋକଲୋଚନକୁ ଆଣିବା ସହିତ ସାନ୍ତାଳୀ ଉଇକିଆଳିଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ଓଡ଼ିଆ ଉଇକିପିଡ଼ିଆ ପ୍ରଥମ ଦକ୍ଷିଣ ଏସିୟ ଭାଷା ଭାବରେ ୨୦୦୨ ମସିହାରେ ଆରମ୍ଭ କରାଯାଇଥିଲା, ମାତ୍ର ୨୦୧୧ ପର୍ଯ୍ୟନ୍ତ ସେମିତି କିଛି କାର୍ଯ୍ୟ ହୋଇନଥିଲା। ୨୦୧୧ ପରଠାରୁ ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରନେଟରେ ଓଡ଼ିଆ ଭାଷାକୁ ସ୍ଥାନିକ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯେଉଁଥିରେ ଏବେଯାଏଁ ୧୬୦୦୦ରୁ ଅଧିକ ପ୍ରସଙ୍ଗ ସ୍ଥାନ ପାଇଛି। ଓଡ଼ିଆରେ ଉଇକିପିଡ଼ିଆ ବ୍ୟତୀତ ଉଇକିପାଠାଗାରରେ ଅନେକ ପୁସ୍ତକ ଉଇକିକୋଡ୍‌ରେ ସ୍ଥାନିତ ହେବା ସହିତ ଉଇକି ଅଭିଧାନରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଶବ୍ଦ ଓ ଅର୍ଥକୁ ଲିପିବଦ୍ଧ କରାଯାଇଛି। ଓଡ଼ିଆ ଉଇକିପିଡ଼ିଆର ସକ୍ରିୟ ବ୍ୟବହାରକାରୀ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଏହି ମେଳଣଟିର ଆୟୋଜନ ଭାର ଗ୍ରହଣ କରିଥିବାବେଳେ ମୃତ୍ୟୁଞ୍ଜୟ କର, ଜ୍ଞାନ ରଞ୍ଜନ ସାହୁ ଆଦି ପରିଚାଳକମାନେ ସହଯୋଗ କରିଥିଲେ। ଉକ୍ତ ମେଳଣରେ ପୁରୁଖା ଉଇକିଆଳୀ ମାନଙ୍କ ମଧ୍ୟରେ ଡ. ସୁବାସ ଚନ୍ଦ୍ର ରାଉତ, ଆଦିତ୍ୟ ମାହାର, ନସୀମ ଅଲ୍ଲୀ, ଅଲିଭା ସାହୁ, ଶୈଳଶ ପଟ୍ଟନାୟକ, ପ୍ରତୀକ ପଟ୍ଟନାୟକ, ଗାୟତ୍ରୀ ତ୍ରିପାଠୀ, ସୌମେନ୍ଦ୍ର କୁମାର ସାହୁ, ବିକାଶ ରଞ୍ଜନ ଓଝା, ଶଶାଙ୍କ ଶେଖର ଦାସ ଆଦି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.