Home ଜିଲ୍ଲା ପରିକ୍ରମା ଓଏଏସ୍ କୃତକାର୍ଯ୍ୟ ଅଭିଜିତ୍ ଜୟପ୍ରକାଶ ପ୍ରଧାନଙ୍କୁ ବିଜେପିର ଶୁଭେଚ୍ଛା

ଓଏଏସ୍ କୃତକାର୍ଯ୍ୟ ଅଭିଜିତ୍ ଜୟପ୍ରକାଶ ପ୍ରଧାନଙ୍କୁ ବିଜେପିର ଶୁଭେଚ୍ଛା

12

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ଓଡଙ୍ଗ ପଚାଂୟତ ଗୋହିରା ଗ୍ରାମର ଅଭିଜିତ୍ ଜୟପ୍ରକାଶ ପ୍ରଧାନ ୨୦୨୩ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ୧୫୩ ର‌୍ୟାଙ୍କରେ ରହିଥିବା ବେଳେ ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଇଛି । ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକ ତାଙ୍କୁ ବାସ ଭବନରେ ଭେଟି ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଛନ୍ତି । ଯୁବନେତା ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀଧର କର, ରଥ କୁମାର ଦାସ, ଜୟନ୍ତ କୁମାର ପଣ୍ଡା, ଅନନ୍ତ କୁମାର ନାୟକ, ହରିହର ରାଉତ୍‌, ରବିନ୍ଦ୍ର ସେଠୀ, ଆଇନଜିବୀ ରବିନ୍ଦ୍ର ନାଥ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଅଭିଜିତ୍ ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରଧାନ ଓ ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତଙ୍କ ଜ୍ୟୈଷ୍ଠ ପୁତ୍ର ଅଟନ୍ତି । ଏବେ ସେ ସଚ୍ଚିବାଳୟରେ ଆଇନ ବିଭାଗର ସହକାରୀ ସେକ୍ସନ୍ ଅଫିସର ଭାବେ କାର୍ଯ୍ୟରତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.