Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

110

ପୁରୀ ବିଶ୍ଵ ଐତିହ୍ୟ ନଗରୀ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର ୫-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନଠାରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

ଏହି ୩ଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ପ୍ରକଳ୍ପଟି ଐତିହ୍ୟ ସୁରକ୍ଷା ଅଞ୍ଚଳ (Heritage Security Zone)। ଶ୍ରୀମନ୍ଦିରର ୭୫ ମିଟର ଅଞ୍ଚଳ ମଧ୍ୟରେ ଏହାର ପବିତ୍ର ଭୌଗଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନର୍ବିନ୍ୟାସ କରାଯିବ।

ଜଗନ୍ନାଥ ସଂସ୍କୃତି, ମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଐତିହ୍ୟ, କଳା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ସହିତ ସଂଶ୍ଳିଷ୍ଟ ବୃକ୍ଷଲତାକୁ ଭିତ୍ତିକରି ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟକ୍ରମ କରାଯିବ, ତାହାର monitoring ପାଇଁ ଏକ ଏକ୍ସପର୍ଟ ପ୍ୟାନେଲ ଗଠନ କରାଯିବ। (An expert panel will be set up to monitor work on various disciplines such as Temple Architecture & Art, Heritage & Conservation Architecture, Art History, Architecture and Shree Jagannath Culture) ମେଘନାଦ ପାଚେରୀ ଠାରୁ ୭୫ ମିଟର ଅଞ୍ଚଳ ମଧ୍ୟରେ ଚଳାଚଳ ପାଇଁ ୧୫ ମିଟର ଅଞ୍ଚଳରେ ରାସ୍ତା କରାଯିବ ଏବଂ ବାକି ୬୦ ମିଟର ଅଞ୍ଚଳର ପୁନର୍ବିନ୍ୟାସ କରାଯିବ।

ସେହିପରି ଏମାର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରୀର ପୁନଃନିର୍ମାଣ କରାଯିବ। ଏହି ଲାଇବ୍ରେରୀକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ରଭାବେ ବିକଶିତ କରାଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ।

ସେହିପରି ବିସ୍ଥାପିତ ପରିବାର ପାଇଁ ମନ୍ଦିର ଠାରୁ ଦେଢ କିଲୋମିଟର ଅଞ୍ଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ୬୦୦ଟି ଗୃହ ନିର୍ମାଣ କରାଯିବ। ପ୍ରତ୍ୟେକ ଘରର ନିର୍ମିତ୍ତ କ୍ଷେତ୍ରଫଳ (Build up area) ୫୨୦ ବର୍ଗଫୁଟ ହେବ। ଏଥିପାଇଁ ୯୫ କୋଟି ଟଙ୍କା ବିନିଯୋଗ କରାଯିବ।

ସୂଚନାଯୋଗ୍ୟଯେ, ଅବଢା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠ ବିକାଶ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟର ଏହିସବୁ ପ୍ରକଳ୍ପ ପାଇଁ ଯୋଜନା ଓ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ଏସବୁ ପ୍ରକଳ୍ପ ଗୁଡିକ ପାଇଁ ଖୁବ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ।

ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୂର୍ତ୍ତ ସଚିବଙ୍କ ସହିତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.