Home ଜିଲ୍ଲା ପରିକ୍ରମା ଐତିହାସିକ ସେନାପତିଆ ପୋଖରିର ଉନ୍ନତୀକରଣ ପାଇଁ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

ଐତିହାସିକ ସେନାପତିଆ ପୋଖରିର ଉନ୍ନତୀକରଣ ପାଇଁ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

9

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ର ପୁରୁଣା ଜଳାଶୟ ର ପୁନରଉଦ୍ଧାର କରାଯିବ ଏବଂ ସେଗୁଡିକୁ ଆକର୍ଷିତ କରାଜିବ ବୋଲି ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ ଆଜି ଧାମନଗର ବ୍ଲକ ର ମୁସ୍ତାଫାପୁର ପଂଚାୟତ ର ଐତିହାସିକ ସେନପତିଆ ପୋଖରୀ ପରିଦର୍ଶନ କରି କହିଛନ୍ତି। ସୁଚନା ଥାଉକି ଉକ୍ତ ପୋଖରୀ ଟି ପ୍ରାଚୀନ ତଥା ପୁରାଣ କଥିତ । କଳା ପାହାଡ଼ ଓ ମୁକୁନ୍ଦଦେବ ଙ୍କ ଯୁଦ୍ଧ ପାଇଁ ଯେଉଁ ସେନାପତି ମାନେ ଥିଲେ ପାଣି ପିଇବା ଓ ସ୍ନାନ ପାଇଁ ସେହି ପୋଖରୀ ଖନନ କରାଯାଇଥିଲା ।ଯାହାକି ସେ ପୋଖରୀ କୁ ସେନାପତିଆ ପୋଖରି ବୋଲି କୁହାଯାଏ।ତେବେ ସେହି ପୋଖରୀ ର ଉନ୍ନତୀ କରଣ ଓ ଆକର୍ଷଣ ପାଇଁ ସରକାର ଚିନ୍ତା କରୁଛନ୍ତି।ଉକ୍ତ ପୋଖରୀ ଟି ପାଖାପାଖି ୨୧ ଏକର ଜାଗା ଉପରେ ହୁଡ଼ା ସହ ପୋଖରି ରହିଛି।ଆଜି ଭଦ୍ରକ ଜିଲ୍ଲାପାଳ ଙ୍କ ସମେତ ସି ଡି ଓ ଶୁଭେନ୍ଦୁ ସାମଲ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଉଦୟ ଜେନା,କୃଷି ଜିଲ୍ଲା ଅଧିକାରି ପ୍ରୀତି ରେଖା ମହାଳିକ,ଧାମନଗର ବିଡ଼ିଓ ବନ ବିହାରି ଦିନ୍ଧା, ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା,ଅତିରିକ୍ତ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ ଙ୍କ ସମେତ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ,କୈଳାସ ମହାପାତ୍ର, ଅରବିନ୍ଦ ପତି ପ୍ରମୁଖ ଉପସ୍ଥିତ ଥିଲେ।ପରେ ଜିଲ୍ଲାପାଳ ଐତିହାସିକ ତଥା ପର୍ଯ୍ୟଟନସ୍ଥଳ ଗୋହୀରାଟିକିରି ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.