ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ମହୋତ୍ସବ;ଐତିହ୍ୟ, ଇତିହାସ,ସଂସ୍କୃତି ଓ ପରମ୍ପରାକୁ ଉଜାଗର କରିବା ସହିତ ଭଦ୍ରକାଳୀଙ୍କ ନାମରେ ନାମିତ ଭଦ୍ରକ ଭୂମିରେ ବହୁ ଧର୍ମ ପ୍ରଚାରକ,ସନ୍ଥ, ମହାପୁରୁଷ, ମନୀଷୀ, ରାଜନେତା ପଦାର୍ପଣ କରିଥିବା ବେଳେ ଏହି ପବିତ୍ର ଭୂମି ସ୍ୱାଧୀନତା ସଂଗ୍ରାମ, ଧର୍ମୀୟଧାରା, ସାହିତ୍ୟ,କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ନୌବାଣିଜ୍ୟ, ବିଜ୍ଞାନ ଆଦି କ୍ଷେତ୍ରରେ ଐତିହାସିକ ପଦଚିହ୍ନ ରଖିଯାଇଛି ବୋଲି ଗାନ୍ଧି ପଡିଆ ଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ନବମ ସନ୍ଧ୍ୟା ରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି କ୍ଷ କମିଟି ର ଉପସଭାପତି ମନୋରମା ରାୟ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭାବେ ଶିକ୍ଷାବିତ ଗୟାଧର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଅଞ୍ଜନା ମିଶ୍ର, ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ବାରିକ,ଉପସଭାପତି ଚୈତାଳୀ ଖିଲାର, କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କମିଟି ର ସଭାପତି ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ରୋଜାଲିନ ରାଉତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ସଂଗଠନ ସମ୍ପାଦକ ଅପୂର୍ବ ରଞ୍ଜନ ବେହେରା ଜଗବନ୍ଧୁ ବେହେରା,ଉପଦେଷ୍ଟା ଅତିସ ବେହେରା,ପାର୍ଥ ସାରଥୀ ନାୟକ, ତପନ ସ୍ୱାଇଁ,ସ୍ମୃତି ରଞ୍ଜନ ସାହୁ, ଡ଼.ହରିହର ନାୟକ,ଉମା କଲ୍ୟାଣ ମହାପାତ୍ର, ପ୍ରଭାତ କୁମାର ଦାଶ,ଶିବାନନ୍ଦ ଦାସ, ଅବିନାଶ ପଣ୍ଡା, ରାଜେଶ ଦାସ,ଅଜୟ ପଣ୍ଡା, ଶୁଭଦ୍ୱୀପ ମଲ୍ଲିକ, ରମେଶ ଚନ୍ଦ୍ର ପାଗଳ, ରଶ୍ମି ରଞ୍ଜନ ସାହୁ,ବାପି ଦାସ, ଜଗନ୍ନାଥ ବେହେରା,ଜୟ ଜଗନ୍ନାଥ ମଲ୍ଲିକ,ସୀତାକାନ୍ତ ବିଶ୍ୱାଳ ,କମଳଲୋଚନ ପଣ୍ଡା , ଜି ଶିବ ଶଙ୍କର, ସୁବ୍ରତ ଦୀକ୍ଷିତ, କ୍ୟାପଟେନ୍ ଓମକାର, ଶାନ୍ତନୁ ଦଳେଇ ପ୍ରମୁଖ୍ କର୍ତା କର୍ତା ମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ସନ୍ଧ୍ୟାରେ ଉତ୍ସବ କ୍ରିଏଟିଭ ଡ୍ୟାନ୍ସ ଗ୍ରୁପ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଐତିହାସିକ ମାଟି ତ୍ୟାଗଭୂମି ଭଦ୍ରକର ସର୍ବାଙ୍ଗୀନ ବିକାଶ ନିତାନ୍ତ ଜରୁରୀ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ନବମ...








